ନାବାଳିକାଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ : ଯୁବକକୁ ୨୦ ବର୍ଷ ଜେଲ୍‌ ସହ ୩୮ ହଜାର ଟଙ୍କା ଜରିମାନା

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବାଲେଶ୍ବର : ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ କରିଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ତ ସହ ୩୮ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ତ ଭୋଗିବାକୁ କୋର୍ଟ ରାୟ ଶୁଣାଇଛନ୍ତି।

୨୦୧୯ ମସିହା ମେ ମାସ ୧୭ ତାରିଖରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ସେହି ଅଞ୍ଚଳର ଅନନ୍ତ କୁମାର ଦାସ (୨୬) ନାମକ ଜଣେ ଯୁବକ ଦୁଷ୍କର୍ମ କରିବା ସହ ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ହତ୍ୟା ଉଦ୍ୟମ କରିଥିଲା। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋକ୍‌ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବାବେଳେ ଆଜି ପୂର୍ବାହ୍ନରେ ବିଚାରପତି ଶ୍ରୀ ମହାନ୍ତି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩୬୩, ୩୬୬, ୩୭୬ (୨) (ଏମ୍‌), ୩୭୬(୩), ୩୨୬, ୩୦୭ ଓ ୫୦୬ ‌ପୋକ୍‌ସୋ ଧାରାରେ ଦଣ୍ଡବିଧାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ। ସୂଚନାଥାଉକି, ଏହି ମାମଲାରେ ପୀଡ଼ିତା ନାବାଳିକାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe