LAWNN
କେନ୍ଦ୍ରାପଡ଼ା: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱତନ୍ତ୍ର ଜଜ ପ୍ରଜ୍ଞା ପାଣିଗ୍ରାହୀ ମଙ୍ଗଳବାର ଅଭଯୁକ୍ତ ଜୟଦେବ ଗିରିକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ମାମଲାରେ ସାକ୍ଷୀମାନଙ୍କ ବୟାନକୁ ପ୍ରମାଣିତ କରି ଜଜ ପାଣିଗ୍ରାହୀ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରା ସଜା ଶୁଣାଇଛନ୍ତି।
ମାମଲା ୨୦୧୬ ଏପ୍ରିଲ ୨୦ରେ ଘଟିଥିଲା। ଘଟଣା ଦିନ ୧୭ ବର୍ଷୀୟ ନାବାଳିକା ଏକୁଟିଆ ଅଟୋକୁ ଅପେକ୍ଷା କରିଥିଲା। ଏହି ସମୟରେ ଅଭିଯୁକ୍ତ ନାବାଳିକାକୁ ନିଜ ବାଇକରେ ଝିଅର ମାମୁ ଘର କେରୁ ଆପାଳରେ ଛାଡିବ ବୋଲି କହିଥିଲା କିନ୍ତୁ ବାଟରେ ଗାଡି ରଖି ୩ ଥର ଦୁଷ୍କର୍ମ କରିଥିଲା। ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ନିଜ ସହ ଘଟିଥିବା ସମସ୍ତ ଘଟଣାକୁ ପରିବାର ଆଗରେ ପ୍ରକାଶ କରିଥିଲା। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଳକ ତାଳଚୁଆନ ମେରାଇନ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଜୟଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Follow Us