ନାବାଳିକା ଦୁଷ୍କର୍ମ ମାମଲାରେ ୨୦ବର୍ଷ କାରାଦଣ୍ଡ

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ପାରଳାଖେମୁଣ୍ଡି: ଆଜି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ସ୍ୱତନ୍ତ୍ର ଦୈରାଜଜ୍ ପ୍ରଦୀପ କୁମାର ସାମଲ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। କାଶୀନଗର ଥାନା କେ.ସୀତାପୁର ଗ୍ରାମରେ ୨୦୨୧ ସେପ୍ଟେମ୍ବର ମାସରେ ଗଣେଶ ପୂଜା ସମୟରେ ବି.କିରଣ ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳିକାକୁ ପ୍ରଲୋଭିତ କରି ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି କାଶୀନଗର ଥାନାଧିକାରୀ ସୁଶାନ୍ତ କୁମାର ସାହୁ ନିଜେ ତଦନ୍ତ ଭାର ଗ୍ରହଣ କରି ଅନୁସନ୍ଧାନ କରିବା ପରେ କିରଣକୁ ଗିରଫ କରିଥିଲେ। ଏ ନେଇ କେସ୍‌ ନଂ ୯୭/୨୦୨୧ ରୁଜୁ ହୋଇଥିଲା। ଆଜି ସ୍ୱତନ୍ତ୍ର ଦୌରାଜଜ୍ ଶ୍ରୀ ସାମଲ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀକୁ ୨୦ ବର୍ଷ କାରା ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଶରତ ଚନ୍ଦ୍ର ପ୍ରଧାନ ମାମଲା ପରିଚାଳନା କରିଥିବା ବେଳେ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏଲ୍‌.କେ.ଅଧିକାରୀ ପରିଚାଳନା କରିଥିବା ସରକାରୀ ଓକିଲ ଆର୍‌.ଜନାର୍ଦ୍ଦନ ରାଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe