ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର, ଚିକିତ୍ସା ପାଇଁ ଅନୁଗୁଳ ସ୍ଥାନାନ୍ତରିତ

Advertisment

ଜାତୀୟ ରାଜପଥ ଉପର ହମ୍ପସରେ ମାରକିଂ ନଥିବାରୁ ଘଟୁଛି ଦୁର୍ଘଟଣା

ଜାତୀୟ ରାଜପଥ ଉପର ହମ୍ପସରେ ମାରକିଂ ନଥିବାରୁ ଘଟୁଛି ଦୁର୍ଘଟଣା

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର, ଚିକିତ୍ସା ପାଇଁ ଅନୁଗୁଳ ସ୍ଥାନାନ୍ତରିତ

ପାଲଲହଡ଼ା: ଆଜି ଅପରାହ୍ନ ସାଢ଼େ ୩ଟା ବେଳେକୁ ପାଲଲହଡ଼ାରୁ ଖମାର ଆଡ଼କୁ ଏକ ମଟର ସାଇକଲ(ଓଡି-୩୫-୨୦୦୯)ରେ ଯାଉଥିବା ଯୁବକ ଖମାର ଥାନା ସମ୍ମୁଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ହେଲେ ଭବାନୀ ଶଙ୍କର ମହାନ୍ତି (୨୫)। ସେ ପାଲଲହଡ଼ା ଟାଉନ୍‌ ଠାରୁ ୧୪୯ ନମ୍ବର ଜାତୀୟ ରାଜପଥ ୮ କିମି ଦୂର ଗୋଠ ଭୂଇଁ ଛକ ଠାରେ ରାସ୍ତା ଉପରେ ଥିବା ହମ୍ପସରେ ବାଇକ୍‌ରୁ ପଡି ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ୧୦୮ ଆମ୍ବୁଲାନ୍‌ସକୁ ଖବର ଦେଇ ଚିକିତ୍ସା ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ପଠାଇଥିଲେ।

ଶଙ୍କରଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କ ଅବସ୍ଥା ଉଦବେଗଜନକ ରହିବାରୁ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ଅନୁଗୁଳ ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ବାଇକୁ ଜବତ କରିଛି।

ସୂଚନାଯୋଗ୍ୟ ପାଲଲହଡ଼ା ଟାଉନ୍‌ ଠାରୁ ପିତିରି ଛକ ପର୍ଯ୍ୟନ୍ତ ୬୮ କିମି ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା ଉପରେ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ହମ୍ପସ ଉପରେ କୌଣସି ଧଳା ରଙ୍ଗର ଚିହ୍ନ ନଥିବାରୁ କଳା ପିଚୁ ରାସ୍ତାରେ ହମ୍ପସ ଗୁଡ଼ିକ ଜଣାପଡୁନାହିଁ। ଯାହା ଫଳରେ ଦୁର୍ଘଟଣାମାନ ଘଟୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ହମ୍ପସ ଗୁଡ଼ିକରେ ଧଳା ରଙ୍ଗର ଚିହ୍ନ ଦେବା ପାଇଁ ପାଲଲହଡ଼ା ଥାନା ଆଇଆଇସି କିଶୋର କୁମାର ସାମଲ ଜାତୀୟ ରାଜପଥ ବିଭାଗକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe