ଭାଲୁ ଆକ୍ରମଣରେ ଯୁବକ ଆହତ

Advertisment
ଭାଲୁ ଆକ୍ରମଣରେ ଯୁବକ ଆହତ

World Wildlife Fund

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ପଞ୍ଚାୟତର ଯୁବକ ଦିବାକର ମହାନନ୍ଦିଆ ବୁଧବାର ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଦିବାକର ଆଜି ଭୋରରୁ ଚୂନପଥର ଖଣି ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ତାଙ୍କୁ ପ୍ରଥମେ ଡୁଙ୍ଗୁରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ପ୍ରକାଶଥାଉ କି ଏହି ଅଞ୍ଚଳ ବଣପାହାଡ଼ ଘେରା ହୋଇଥିବାରୁ ଖରା ଦିନେ ଜଙ୍ଗଲୀ ଜନ୍ତୁ ପାଣି ପିଇବା ପାଇଁ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ଫଳର ଅନେକ ସମୟରେ ଏଭଳି ଅଘଟଣ ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe