ହାତୀ ଆକ୍ରମଣରେ ଜଣେ ଗୁରୁତର

Advertisment
ହିନ୍ଦୋଳରେ ଅଭାବନୀୟ ଘଟଣା: ହାତୀ ଆକ୍ରମଣରେ ମହିଳା ମୃତ

Image Courtesy of New Indian Express

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପାକଟମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଁର ସତ୍ୟନନ୍ଦ ସ୍ୱାଇଁ (୪୫ବର୍ଷ) ଆଜି ଗାଁ ପାଖରୁ ସନ୍ଧ୍ୟା ବେଳକୁ ଘରକୁ ଫେରିବା ବାଟରେ ଗୋଟିକିଆ ଦନ୍ତାହାତୀ ହାବୁଡ଼ରେ ପଡି ଯାଇଥିଲେ ଆଉ ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ପରେ ଢେଙ୍କାନାଳ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe