ଔଷଧ ନଦେବାରୁ ବୈଦ୍ୟଙ୍କୁ ମାରିଦେଲେ

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ପୀତାମ୍ବରପୁର ଗ୍ରାମରେ ଜଣେ ବୈଦ୍ୟଙ୍କୁ ଆକମ୍ରଣ କରି ହତ୍ୟା କରାଯାଇଛି। ମୃତ ବୈଦ୍ୟ ଜଣଙ୍କ ହେଲେ ବଙ୍ଗାଳି ସେଠୀ(୬୮)। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଔଷଧ ନଦେବାରୁ ବୃଦ୍ଧ ବୈଦ୍ୟଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ମାରି ଦେଇଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।

ପୀତାମ୍ବପୁର ଗ୍ରାମର ବୈଦ୍ୟ ବଙ୍ଗାଳି ଗାଁ ଗାଁ ବୁଲି ଜଡ଼ିବୁଟି ଦେଇ ଲୋକଙ୍କ ଚିକିତ୍ସା କରୁଥିଲେ। ଆଜି ମଧ୍ୟାହ୍ନରେ ବଙ୍ଗାଳିଙ୍କ ଘରକୁ ବ୍ରହ୍ମପୁର ଖୋଡ଼ାସିଙ୍ଗି ଅଞ୍ଚଳର ଦୁଇଜଣ ଯୁବକ ଆସିଥିଲେ। ବୈଦ୍ୟ ବଙ୍ଗାଳିଙ୍କୁ ସେମାନେ ମଧୁମେହ ରୋଗ ପାଇଁ ଔଷଧ ମାଗିଥିଲେ। ହେଲେ ଔଷଧ ସରିଯାଇଛି ଓ କିଛିଦିନ ପରେ ଆସିବାକୁ ସେ କହିଥିଲେ। ଏହାପରେ ଯୁବକ ଦ୍ବୟ ସେଠାରୁ ପଳାଇ ଯାଇଥିଲେ। ଅପରାହ୍‌ଣରେ ବଙ୍ଗାଳି କୌଣସି କାମରେ ତାଙ୍କର ସାଇକେଲ ଧରି ପୀତାମ୍ବରପୁର ଗ୍ରାମ ଛକକୁ ଯାଉଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ସେହି ଯୁବକଦ୍ବୟ ବାଙ୍ଗାଳିଙ୍କୁ ଦେଖି ଲୁହାଛଡ଼ରେ ଆକ୍ରମଣ କରିଥିଲେ। ବଙ୍ଗାଳି ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଘଟଣା ପରେ ଯୁବକଦ୍ବୟ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବର ପାଇ ଦିଗପହଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଗୁରୁତର ବଙ୍ଗାଳିଙ୍କ ବୟାନ୍‌ ନେଇଥିଲା। ତାଙ୍କର ଘରକୁ ‌ଔଷଧ ନେବାକୁ ଆସିଥିବା ଦୁଇଜଣ ଯୁବକ ହିଁ ଆକ୍ରମଣ କରିଥିବା ସେ କହିଥିଲେ। ‌ବଙ୍ଗାଳିଙ୍କ ଦୁଇ ଗୋଡ଼ ଏବଂ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe