ଛେଳି ଚରାଳିଙ୍କୁ ଦଳିଦେଲା ହାତୀ, ମୃତଦେହ ଦେଖି ଚେତା ହରାଇଲେ ରେଞ୍ଜର

Advertisment
ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ବନ କର୍ମଚାରୀଙ୍କ ଉପରକୁ ଚଳାଇଲେ ଗୁଳି

Odisha Tri-N

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ହଣ୍ଡପା ବନାଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହଣ୍ଡପା ବନାଞ୍ଚଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଛେଳି ଚରାଳି ବିଦ୍ୟାଧର ସାହୁ (୬୫)ଙ୍କୁ ରବିବାର ଏକ ହାତୀ ଦଳିଦେଇଛି। ଏହି ଖବର ପ୍ରଚାର ହେବା ପରେ ପ୍ରତାପପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଆଜି ବିଦ୍ୟାଧର ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ୫ ସୁଦ୍ଧା ବିଦ୍ୟାଧର ଜଙ୍ଗଲରୁ ଘରକୁ ନ ଫେରିବାରୁ ପରିବାର ଲୋକ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ଜଙ୍ଗଲରେ ବିଦ୍ୟାଧରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳଥିଲା। ଏ ସଂପର୍କରେ ସେମାନେ ହଣ୍ଡପା ବନାଞ୍ଚଳ କାର୍ଯ୍ୟାଳୟ ଓ ହଣ୍ଡପା ଥାନାକୁ ଖବର ଦେଇଥିଲେ। ହଣ୍ଡପା ପୁଲିସ ଓ ହଣ୍ଡପା ବନାଞ୍ଚଳ ଅଧିକାରୀ ରାତି ପ୍ରାୟ ୭ଟା ବେଳେ ଜଙ୍ଗଲକୁ ଯାଇ ଥିଲେ।

ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ମୃତଦେହକୁ ଦେଖି ଅଚେତ ହୋଇପଡ଼ିଥିଲେ। ବନ କର୍ମଚାରୀମାନେ ତାଙ୍କ ମୁହଁରେ ପାଣି ଛାଟିବାରୁ ସେ ଚେତା ପାଇଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ହଣ୍ଡପା ଡାକ୍ତରଖାନା ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁ’ରେ କିଛି ମାସ ତଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ଓ ଜନସାଧାରଣଙ୍କୁ ସଚେତନ କରାଯାଉ ନଥିବାରୁ ହାତୀ ଆକ୍ରମଣରେ ଲୋକଙ୍କ ଜୀବନଯାଉଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe