ଢାବାରେ ଶୋଇଥିଲାବେଳେ ଦଳି ଦେଲା ହାତୀ

Advertisment
ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

Catch News

କୋଇଡ଼ା: ରାତିରେ ନିଜ ଢାବାରେ ଶୋଇଥିଲାବେଳେ ହାତୀପଲ ଦଳି ଦେବାରୁ ଭୀମସେନ ନାଏକ(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମାଲଦା ପଞ୍ଚାୟତର ଶଙ୍ଖପଡ଼ାସ୍ଥିତ ନିଜ ଢାବା (ଜଳଖିଆ ଦୋକାନ)ରେ ଭୀମସେନ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଏକ ହାତୀପଲ ଅଚାନକ ପଶିଆସି ଢାବାରେ ଭଙ୍ଗାରୁଜା କରିବା ସହ ଭୀମସେନଙ୍କୁ ଗୋଡ଼ରେ ଦଳି ଦେଇଥିଲେ। ଶୋଇଥିବା ଅବସ୍ଥାରେ ହାତୀମାନେ ଆକ୍ରମଣ କରିବାରୁ ସେ ଆତ୍ମରକ୍ଷା କରି ନପାରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ପୁଲିସ ତଥା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ହାତୀ ଆକ୍ରମଣରେ ଜନୈକ ମହିଳା ଗୁରୁତର ହୋଇଥିଲେ। ସେହିପରି ପ୍ରାୟ ଦେଢମାସ ତଳେ ଓରାଘାଟ ଗୋପୀ ସାହିରେ ହାତୀ ଆକ୍ରମଣରେ ସ୍ବାମୀର ମୃତ୍ୟୁ ହେବା ସହ ପତ୍ନୀ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe