ବଲାଙ୍ଗୀର: ପ୍ରେମିକାର ବଡ଼ ଭାଇକୁ ଆକ୍ରମଣ, ହସ୍‌ପିଟାଲରେ ମୃତ୍ୟୁ

Advertisment
ବଲାଙ୍ଗୀର: ପ୍ରେମିକାର ବଡ଼ ଭାଇକୁ ଆକ୍ରମଣ, ହସ୍‌ପିଟାଲରେ ମୃତ୍ୟୁ

Hindustan Times

ବଲାଙ୍ଗୀର: ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବକ ଶନିବାର ରାତି ପ୍ରେମିକାର ବଡ଼ ଭାଇଙ୍କୁ ହତ୍ୟା କରିଛି। ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ବେଲବାହାଳି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ବେଲବାହାଳି ଗାଁର ଜଣେ ଯୁବକ ନିଜ ପ୍ରେମିକାର ବଡ଼ଭାଇକୁ ଠେଙ୍ଗାରେ ଶନିବାର ରାତିରେ ପିଟି ପିଟି ଲହୁଲୁହାଣ କରିଥିଲା। ଆହତ ଲୋକଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିିବାର ସନ୍ଧ୍ୟାରେ ମାଡ଼ ଖାଇଥିବା ଲୋକର ମୃତ୍ୟୁ ଘଟିଛି। ପ୍ରେମିକାକୁ ଅନ୍ୟତ୍ର ବାହା କରି ଦେଇଥିବାରୁ ଯୁବକ ଜଣକ ଉତ୍ତେଜିତ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe