ଗଂଜାମ: ଘର ସମ୍ମୁଖରୁ ଜଣଙ୍କର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Advertisment
କେନ୍ଦୁଝର: ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

Indian Express

ଭଞ୍ଜନଗର: ତାରାସିଂ ଥାନା ଅନ୍ତର୍ଗତ ରୁଢାପଦର ଗ୍ରାମର ବଡ଼ ହରିଜନ ସାହିର ସୁକଦେବ ନାଇକ ଗୁଳି ମାଡ଼ରେ ମୃତ୍ୟୁବରଣ କରିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତି ଗ୍ରାମର ଭାସ୍କର ମଳିକ ବନ୍ଧୁକ ଧରି ଜଙ୍ଗଲକୁ ଶିକାର କରିବା ପାଇଁ ଯିବା ବେଳେ ସୁକଦେବ ନାଇକଙ୍କୁ ମଧ୍ୟ ସାଙ୍ଗରେ ଡାକି ନେଇଥିଲେ। ତେବେ ରାତିରେ ସୁକଦେବ ଘରକୁ ଫେରିନଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ନିଜ ଘର ସମ୍ମୁଖରେ ପଡିଥିବା ପରିବାରବର୍ଗ ଦେଖିବାକୁ ପାଇଥିଲେ। ମୃତଦେହ ଉଦ୍ଧାର କରି ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ସୁକଦେବଙ୍କ ଜଙ୍ଘରେ ଗୁଳି ମାଡ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ଏନେଇ ଥାନାରେ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି। ସୁକଦେବଙ୍କୁ ଶିକାର ପାଇଁ ଡାକି ନେଇଥିବା ଭାସ୍କରକୁ ପୁଲିସ ଖୋଜୁଥିବା ଜଣାପଡିଛି। ରିପୋର୍ଟ ଲେଖାଯିବା ବେଳକୁ ଭାସ୍କର ଫେରାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe