କ୍ଷେତରେ ଧାନ କାଟୁଥିଲା ବେଳେ ହାତୀ ଆକ୍ରମଣରେ ଯୁବକ ମୃତ

Advertisment
କ୍ଷେତରେ ଧାନ କାଟୁଥିଲା ବେଳେ ହାତୀ ଆକ୍ରମଣରେ ଯୁବକ ମୃତ

ଦେଵଗଡ଼: ଜଙ୍ଗଲ ନିକଟ କ୍ଷେତରେ ଧାନ କାଟୁଥିବା ‌ବେଳେ ଜଣେ ଚାଷୀଙ୍କୁ ଆଜି ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ହେଲେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବୁଢ଼ୀବିଲ ଗ୍ରାମର ଲମ୍ବୋଦର ନାୟକ(୨୮)। ମିଳିଥିବା ସୂଚନ। ଅନୁଯାୟୀ, ବୁଢ଼ୀବିଲ ଗ୍ରାମର ଲମ୍ବୋଦର ଆଜି ଗ୍ର।ମର ଅନ୍ୟ କିଛି ବ୍ୟକ୍ତିଙ୍କ ସହିତ ଜମିକୁ ଧାନ କାଟିବା ପାଇଁ ଯାଇଥିଲେ । କିନ୍ତୁ ସେ ଜମିରେ ଧାନ କାଟୁଥିବା ବେଳେ ଏକ ହାତୀ ନିକଟ ଜଙ୍ଗଲ ଭିତରୁ ବାହାରି ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା। ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟରେ ପରିବାର ଲୋକେ ଲମ୍ବୋଦରଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe