ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ବାଇଁ, ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ

ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ବାଇଁ, ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ

ପୁରୀ: ସ୍ଥାନୀୟ ବାସେଳୀସାହି ଥାନା ଅନ୍ତର୍ଗତ କ୍ରିୟାଯୋଗ ଆଶ୍ରମ ନିକଟରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଆଶ୍ରମ ନିକଟ ବସ୍ତିରେ ଶାଶୁକୁ ଛୁରୀ ଭୁସି ହତ୍ୟା କରିଛି ଜ୍ବାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ବିଷଖାଇ ଦେଇଥିଲା। ଗୁରୁତର ଅଭିଯୁକ୍ତ ଜ୍ୱାଇଁଙ୍କୁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଜ୍ୱାଇଁ ହେଉଛି ତାଳଚେରର ଶକ୍ତିଧର ଦାସ। ପୁରୀରେ ରହି ଡ୍ରାଇଭିଂ କରି ଚଳୁଥିଲା। କିଛିଦିନ ତଳେ ସେ ଭଲପାଇ ତିଳୋତ୍ତମା କରଙ୍କ ସାନଝିଅକୁ ବିବାହ କରିଥିଲା। ମାତ୍ର ବଡଝିଅ ଥାଇ ଆଗ ସାନଝିଅ ବିବାହ ହୋଇଥିବାରୁ ଶାଶୁ ଘରକୁ ଛାଡୁନଥିଲେ ଜ୍ୱାଇଁ। ଫଳରେ ଶକ୍ତିଧର ରାଗିଯାଇ ଆଜି ଅପରାହ୍ନରେ କଚେରି ଛକରୁ ଏକ ଛୁରୀ କିଣି ଶାଶୁ ଘରେ ଏକାକୀ ଥିବାବେଳେ ୮ ଥର ଆକ୍ରମଣ କରିଥିଲା। ଶାଶୁଙ୍କ ପେଟର ଅନେକ ଯାଗାରେ ଷ୍ଟେବିଂ କରିଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଶାଶୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ବଳିଆପଣ୍ଡା, ବାସେଳୀସାହି ଥାନା ପୁଲିସ ସହ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛନ୍ତି। ମୃତ ତିଳୋତ୍ତମା କରଙ୍କ ବଡ଼ଝିଅ ବାସେଳୀସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe