ଅନୁଗୁଳ: ଜମି ପାଇଁ ବଡ଼ଭାଇଙ୍କୁ ପିଟିପିଟି ମାରି ଦେଲା ସମ୍ପର୍କୀୟ ସାନଭାଇ

Advertisment
ଅନୁଗୁଳ: ଜମି ପାଇଁ ବଡ଼ଭାଇଙ୍କୁ ପିଟିପିଟି ମାରି ଦେଲା ସମ୍ପର୍କୀୟ ସାନଭାଇ

ଅନୁଗୁଳ: ଗତକାଲି ରାତିରେ ଜମିବାଡ଼ି ବିବାଦକୁ ନେଇ ଅନୁଗୁଳ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସମ୍ପର୍କୀୟ ସାନଭାଇର ଠେଙ୍ଗାମାଡ଼ରେ ସବୁଦିନ ପାଇଁ ଆଖିବୁଜିଛି ବଡ଼ଭାଇ। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବଡ଼ଭାଇର ମୃତ୍ୟୁ ହୋଇଯାଇଥିିବା ଜାଣିବା ପରେ ଗାଁରୁ ଫେରାର ହୋଇଯାଇଛନ୍ତିି ଅଭିଯୁକ୍ତ ସାନଭାଇ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଜନୀପାଳ ଗାଁର ଉଛବ ବେହେରା ଓ ପଣ୍ଡିତ ବେହେରା ହେଉଛନ୍ତି ସମ୍ପର୍କରେ ଦୁଇ ଭାଇ। ତେବେ ସେମାନଙ୍କର ଏକ ପୈତୃକ ସମ୍ପତ୍ତି ନେଇ ବିବାଦ ଲାଗି ରହିଥିଲା। ସମ୍ପତ୍ତି ବାଣ୍ଟ ହୋଇ ନ ଥିବାରୁ ଉଭୟ ନିଜ ଦଖଲରେ ଥିବା ଜମିକୁ ଭୋଗ କରୁଥିଲେ। ତେବେ ଏହାକୁ ନେଇ ଗତକାଲି ଉଛବ ଓ ପାଣ୍ଡବଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପାଣ୍ଡବ ଏକ ଠେଙ୍ଗାରେ ଉଚ୍ଛବଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଉଛବଙ୍କର ମୃତ୍ୟୁ ଘଟିଛି। ଏ ନେଇ ମୃତ ଉଛବଙ୍କ ପୁଅ ଅଜୟ ବେହେରା ଅଭିଯୁକ୍ତ ପାଣ୍ଡବ ବେହେରାଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe