ଘରୋଇ କଳିର କରୁଣ ପରିଣତି; ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ!

Advertisment
ଘରୋଇ କଳିର କରୁଣ ପରିଣତି; ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ!

କୋରାପୁଟ: ଘ‌ରୋଇ କଳିର କରୁଣ ପରିଣତି। ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ। ସାମନ୍ୟ ମଦରୁ କଳହ ଏପରି ରୂପ ନେଇଥିଲା ଯେ ଏକ ଧାରୁଆ ଅସ୍ତ୍ରରେ ବେକକୁ ଏପରି କଟାଯାଉଛି ଯେ ଅଧାରୁ ଅଧିକ କଟିଯାଇଛି। ମୃତକ ଜଣକ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ଛୋଟାଗୁଡା ଗାଁର ଜାନକୀ ଦାମୀ(୨୯)। ଏହି ଘଟଣାରେ ପୁଲିସ ସ୍ବାମୀ ଦାମୋଦର ଦାମୀଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏହାସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏଲ.ବାରିଗୁଡାର ଅଜୁର୍ନ ମୁଦୁଲି

ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ଟାବେଳେ କୋରାପୁଟ ସଦରଥାନା ଅନ୍ତର୍ଗତ ଗାଜିଆଗୁଡା ପଞ୍ଚାୟତ ଅନ୍ତର୍ଗତ ଛୋଟାଗୁଡା ଗାଁରେ ଜଣେ ମହିଳାଙ୍କର ହତ୍ୟା କରାଯାଇଥିବା ନେଇ ଖବର ଏସଡିପିଓ ମନୋଜ କୁମାର ପୂଜାରୀଙ୍କୁ ସୂଚନା ଆସିଥିଲା। ଏହାପରେ ସେ ଘଟଣାସ୍ଥଳକୁ କୋରାପୁଟ ସଦରଥାନା ସହ ପହଞ୍ଚିଥିଲେ। ଛୋଟାଗୁଡା ଘର ବାହାରେ ଜାନକୀଙ୍କ ବାପଘର ଲୋକେ ଘେରି ରହିଥିବାବେଳେ ଘର ଭିତରରେ ବେକ କଟା ଅବସ୍ଥାରେ ପଡି ରହିଥିଲା ଜାନକୀ ମୁଦୁଲିଙ୍କ ମୃତଦେହ । ଏହାପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଏକ ଧାରୁଆ ଅସ୍ତ୍ରରେ ବେକ କଟାଯାଇଥିବା ବେଳେ ଏକ ପରିବା କଟା ଛୁରି ପଡିଛି। ସେଥିରେ ରକ୍ତ ଲାଗି ନ ଥିବାରୁ ସ୍ବାମୀ ଦାମୋଦରଙ୍କର ଉପରେ ସନ୍ଦେହ ବଢିଥିଲା। ଏଲ.ବାରିଗୁଡାର ଅଜୁର୍ନ ମୁଦୁଲିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ଶବବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ଶବ ପ୍ରଦାନ କରାଯାଇଥିବା ଜଣାପଡିଛି।

publive-image

ତେବେ ବିବାହକୁ ୮ ବର୍ଷ ବିତିଥିଲେ ବି ସନ୍ତାନ ସନ୍ତତି ହେଉ ନ ଥିବାରୁ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ଗତ ୮ ଦିନ ତଳେ ଦାମୋଦର ଜାନକୀଙ୍କୁ ମାଡ ମାରି ରକ୍ତାକ୍ତ କରିଥିଲା। ଜାନକୀଙ୍କ ପରିବାର ତାଙ୍କୁ ନେଇଯିବାକୁ ଆସିଥିଲେ ମଧ୍ୟ ଜାନକୀ ଯାଇ ନଥିଲେ। ପରେ ଗତକାଲି ରାତିରେ ଉଭୟଙ୍କ ମଦ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳ ପ୍ରାୟ ୬ଟାବେଳେ ଦାମୋଦର ଶୌଚ ପାଇଁ ନଦୀକୁ ଯାଇଥିଲେ। ଫେରିଲାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଘରେ ପଡିଥିବା ଦେଖିଥିଲେ ଓ ପାଖରେ ଏକ ପରିବାକଟା ଛୋଟ ଛୁରିଟିଏ ମଧ୍ୟ ପଡିଥିଲା। ତେଣୁ ସେ ଅତ୍ମହତ୍ୟା କରିଛନ୍ତି ବୋଲି ସମସ୍ତଙ୍କୁୁ କହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ଦାମୋଦରଙ୍କୁ ଅଟକ ରଖିଥିଲା। ତେବେ ପୁଲିସ ଆଜି ପଚରାଉଚୁରା କରୁଥିବାବେଳେ ଆସନ୍ତାକାଲି ତଥ୍ୟ ପ୍ରମାଣ ଯୋଗାଡ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe