ସ୍ତ୍ରୀଙ୍କୁ ପାହାଡ଼ ଉପରକୁ ଡ଼ାକିନେଲା, ଗାମୁଛାରେ ତଣ୍ଟିଚିପି ମାରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ଦେଲା ସ୍ବାମୀ

ସ୍ତ୍ରୀଙ୍କୁ ପାହାଡ଼ ଉପରକୁ ଡ଼ାକିନେଲା, ଗାମୁଛାରେ ତଣ୍ଟିଚିପି ମାରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ଦେଲା ସ୍ବାମୀ

ଦାରିଙ୍ଗବାଡ଼ି: କୌଶଳରେ ପାହାଡ଼ ଉପରକୁ ଡ଼ାକିନେଇ ସ୍ତ୍ରୀଙ୍କୁ କଲବଲ କରି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ ମହିଳା ହେଲେ ସାନ୍ତନା ନାୟକ। ଫେରାର ଅଭିଯୁକ୍ତ ସ୍ବାମୀ ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

publive-image

ସୂଚନା ଅନୁସାରେ ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ ୭ ବର୍ଷ ପୂର୍ବରୁ ସାନ୍ତନା ନାୟକଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁତ୍ର ସନ୍ତାନ ଅଛି। ପୁଅକୁ ଏବେ ୭ବର୍ଷ ବୟସ ହୋଇଛି। ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ସାନ୍ତନାଙ୍କର କୌଣସି ଖୋଜ୍‌ ଖବର ମିଳି ନଥିଲା। ପରିବାର ଲୋକ ଗୁରୁବାର ଦିନ ଗ୍ରାମ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବା ବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ। ଏହାପରେ ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲେ।

publive-image

ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିତୁ ପ୍ରଧାନଙ୍କ ଘରେ ପହଞ୍ଚିଥିଲା। ତଦନ୍ତ କରିବା ବେଳେ ମିତୁ ନିଜ ସ୍ତ୍ରୀର ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମାନିଥିଲା। ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ହତ୍ୟକାଣ୍ଡରେ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକଙ୍କ ହାତଥିବା ନେଇ ମୃତ ସାନ୍ତନାଙ୍କ ବାପା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe