The Hans India
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପାଟୁଙ୍ଗ ଗ୍ରାମରେ ଆଜି ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି କବାଟ କିଳି ଦେଇଥିଲା। ପୁଲିସ ଖବର ପାଇ ଶବ ଜବତ କରିବା ସହିତ ସ୍ବାମୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ପାଟୁଙ୍ଗ ଗ୍ରାମର ସୋନୁ ମୁଣ୍ଡା ବିଭିନ୍ନ ସ୍ଥାନକୁ ଯାଇ କାମ କରନ୍ତି। ଆଜି କୌଣସି କାରଣକୁ ନେଇ ପତ୍ନୀଙ୍କ ସହ ସୋନୁର ଝଗଡ଼ା ହୋଇଥିଲା। ସୋନୁ ନିଜ ପତ୍ନୀଙ୍କୁ ହାଣି ହତ୍ୟା କରିବା ପରେ କବାଟ ବନ୍ଦ କରିଦେଇ ଗାଁରେ ବୁଲୁଥିଲା। ତେବେ ସନ୍ଧ୍ୟାରେ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ଗାଁ ଲୋକଙ୍କୁ ନିଜେ କହିଥିଲା। ଫଳରେ ଗ୍ରାମବାସୀ ସୋନୁକୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସୋନୁ ମୁଣ୍ଡାଙ୍କୁ ନିଜ ଅକ୍ତିଆରକୁ ନେବା ସହ ଶବ ଜବତ କରିଛି। ସୋନୁ ମୁଣ୍ଡା ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ସୂଚନା ମିଳଛି। ତେବେ କେଉଁ କାରଣକୁ ପତ୍ନୀଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ ବୋଲି ସଦର ଥାନା ଅଧିକାରୀ ସୁନୀଲ କର କହିଛନ୍ତି।
Follow Us