ଡେଲାଙ୍ଗ: ଆଜି ଦିନ ପ୍ରାୟ ୧୨ଟା ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବଜାର ଉପରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କୁ ଛୁରିି ଭୁଶି ତାଙ୍କ ଝିଆରୀ ଜ୍ୱାଇଁ ହତ୍ୟା କରିଛନ୍ତି। ପତ୍ନୀଅନ୍ୟ ଜଣେ ଯୁବକଙ୍କୁ ଭଳ ପାଇ ତାଙ୍କ ସହିତ ଯାଇ ଭଡ଼ାଘରେ ରହିଥିବା ବେଳେ ପିଇସି ଶାଶୁ ତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ଆଜି ଯୁବକ ଜଣକ ଡେଲାଙ୍ଗ ଷ୍ଟେସନ ବଜାର ଉପରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଳକ୍ର ରେଞ୍ଚ ପଞ୍ଚାୟତର ଜାହାଜ ମଲ୍ଲିକ(୪୫ ବର୍ଷ) ହେଲାଙ୍ଗ ବଜାରରେ ରହିବା ସହିତ ବିଭିନ୍ନ ସ୍ଥାନରେ କାମ କରି ନିଜ ପେଟ ପୋଷିଥାନ୍ତି। ତେବେ ଜାହାଜଙ୍କ ଝିଆରୀ ମଞ୍ଜୁ ଗତ କିଛି ବର୍ଷ ତଳେ ବୁନୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ମାତ୍ର ବୁନୁଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ମଞ୍ଜୁ ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିବା ସହିତ ବୁନୁଙ୍କୁ ଛାଡ଼ି ଯୁବକଙ୍କ ସହିତ ସାକ୍ଷୀଗୋପାଳରେ ଘରଭଡ଼ା ନେଇ ରହୁଛନ୍ତିି। ତେବେ ମଞ୍ଜୁଙ୍କୁ ମନାଇବାରେ ବିଫଳ ହେବା ପରେ ଏ ନେଇ ପିଇସି ଶାଶୁ ଜାହାଜ ମଲ୍ଲିକଙ୍କ ସହଯୋଗ ଲୋଡିଥିଲେ ବୁନୁ। ମାତ୍ର ଜାହାଜ ବୁନୁଙ୍କୁ ସହଯୋଗ ରିବା ପରିବର୍ତ୍ତେ ମଞ୍ଜୁଙ୍କ କାର୍ଯ୍ୟକୁ ସମର୍ଥନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ଛୁରିରେ ଡେଲାଙ୍ଗ ଷ୍ଟେସନ ବଜାର ଉପରେ ବୁନୁ ଜାହାଜଙ୍କୁ ଛୁରି ଭୁଶି ହତ୍ୟା କରିଥିଲେ। ବୁନୁ ଜାହାଜଙ୍କୁ ଛୁରି ଭୁୁଶି ଫେରାର ହୋଇଯାଇଥିିବା ବେଳେ ଲୋକେ ସଙ୍ଗେ ସଙ୍ଗେ ଜାହାଜଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା
ପତ୍ନୀ ଛାଡ଼ି ପଳାଇବାରୁ ପିଇସି ଶାଶୁଙ୍କୁ ଛୁରି ଭୁଶି ହତ୍ୟା କଲା ଝିଆରୀ ଜ୍ୱାଇଁ
Advertisment
Follow Us