କିନ୍ନରଙ୍କୁ ବିବାହ କଲେ ଯୁବକ

Advertisment
କିନ୍ନରଙ୍କୁ ବିବାହ କଲେ ଯୁବକ

କଣିହାଁ/ଅନୁଗୁଳ : ଆଜି ଅନୁଗୁଳ ମା ବୁଢ଼ୀ ଠାକୁରଣୀ ମନ୍ଦିରରେ ଏକ ନିଆରା ବାହାଘର ସଂପନ୍ନ ହୋଇଛି। ଜଣେ କିନ୍ନର ଚିନ୍ମୟୀ ସାମଲଙ୍କ ସହିତ ଜଣେ ଯୁବକ ବବଲୁ ପ୍ରଧାନ ଆଜି ମା ବୁଢ଼ୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ବରଣମାଳା ଦେଇ ବିବାହ କରିଛନ୍ତି।

ଅନୁଗୁଳ ଜିଲ୍ଲା କଣିହାଁ ଥାନା ସାନତ୍ରିବିଡ଼ା ଗାଁରେ ବବଲୁ ପ୍ରଧାନଙ୍କ ଘର। ବବଲୁ ଜଣେ ଗାଡ଼ି ଚାଳକ। ଚିନ୍ମୟୀ ଘର ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗାଁରେ। ବବଲୁଙ୍କ କହିବା ଅନୁସାରେ, ଏକ ‌ମଂଚ କାର୍ଯ୍ୟକ୍ରମରେ ସେ ଚିନ୍ମୟୀଙ୍କୁ ଦେଖିଥିଲେ। ସେଠାରେ ସେମାନଙ୍କ ପରିଚୟ ହୋଇଥିଲା। ବହୁଦିନ ହେଲା ସେମାନେ ଏକାଠି ରହୁଥିଲେ। ଅପରପକ୍ଷରେ ଚିନ୍ମୟୀଙ୍କ କହିଛନ୍ତି ଯେ, ଗତ ୫ ବର୍ଷ ହେଲା ସେମାନେ ପରସ୍ପରକୁ ଭଲ ପାଉଥିଲେ। ‌ପରିଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ପରିବାରର ସହମତିରେ ଏହି ବାହାଘର ସଂପନ୍ନ ହେଉଛି। ଭଲରେ ଘର ସଂସାର କରି ରହିବାକୁ ଆଜି ଭଗବାନଙ୍କଠାରେ କାମନା କରିଥିବା ସେ କହିଛନ୍ତି। ତେବେ, ଏହି ବାହାଘର ବେଳେ ବବଲୁଙ୍କ ପରିବାର ଲୋକେ କେହି ଉପସ୍ଥିତ ନଥିଲେ। କିନ୍ନର ଚିନ୍ମୟୀଙ୍କ ମା’ ଭାବେ କିନ୍ନର ଭାନୁପ୍ରିୟା କନ୍ୟାଦାନ କରିଥିଲେ। ଏହି ଅବସରରେ ବହୁ କିନ୍ନର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe