ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

Sambad

ମାଲକାନଗିରି: ଜିଲ୍ଲାସ୍ତରୀୟ ବିଶ୍ବ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ବିଶାଳ ସିଂହଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରେଡକ୍ରସର ଆବାହକ ଡଃ. ରଞ୍ଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ. ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ସଭା ଆରମ୍ଭରେ ଡି.ଡି.ଇଉ.ଜି.କେ.ୱାଇ.ର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ଵାଇଁ  ସ୍ଵାଗତ ଭାଷଣ ଦେଇଥିଲେ। ହେନେରୀ ଡୁନାଣ୍ଟଙ୍କ ଫଟୋରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଠଟି ରକ୍ତଦାତା ଅନୁଷ୍ଠାନ ଯଥା ଜୀବନ ବିନ୍ଦୁ, ଆମ ଓଡ଼ିଶା, ଜୟ ମାଲକାନଗିରି, ଟିମ୍ ଉଇକେନ୍, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ମାହେଶ୍ଵରୀ ଯୁବ ସଙ୍ଗଠନ, ତ୍ରିରଙ୍ଗା, ସୁନୀଜାନା ସମନିତ କମିଟି ଆଦିଙ୍କୁ ଆମନ୍ତ୍ରିତ କରି ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆଦିବାସୀ କଲ୍ୟାଣ ବିଭାଗ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ୨୦୦୫ ମସିହାରୁ ପ୍ରତିବର୍ଷ ପାଳନ କରାଯାଇଥାଏ। ବୈଜ୍ଞାନିକ କାର୍ଲ ଲେଣ୍ଡ ଷ୍ଟାଇନରଙ୍କ ଜନ୍ମ ଦିବସକୁ ବିଶ୍ବ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଆମ ଓଡିଶାର ସଦସ୍ୟ କାମରାଜୁ  ଜେନାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ ନାୟକ, ଶଙ୍କର ପାଣିଗ୍ରାହୀ, ଜଗୁ ପଢିଆରୀ, ସୁଜିତ ପାଣିଗ୍ରାହୀ, ଅମରେଶ ମହନ୍ତ, ଲୋକେଶ ସୁମାନୀ, କେ. ଗୋପାଳ ରାଓ, ଆଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ରାଲି ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ମୃତ୍ୟୁଞ୍ଜୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe