ବଡ଼ବାପାକୁ ଟାଙ୍ଗିଆରେ ହାଣି ଜେଲ ଗଲା ପୁତୁରା

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ବାଲିଅନ୍ତା: ନିଜର ବଡ଼ବାପାକୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ବେଣ୍ଟପୁର ଭୋଇସାହିର ବ୍ରହ୍ମାନନ୍ଦ ଭୋଇ(୩୮)। ତେବେ କୋର୍ଟରେ ବ୍ରହ୍ମାନନ୍ଦର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବ୍ରହ୍ମାନନ୍ଦ ତାଙ୍କର ବଡ଼ବାପା କପିଳ ଭୋଇଙ୍କୁ(୭୦) ଟାଙ୍ଗିଆରେ ହାଣି କ୍ଷତାକ୍ତ କରିଥିଲେ। ପରିବାର ଲୋକ କପିଳକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କପିଳଙ୍କ ମୁଣ୍ଡ ଗଭୀର ଭାବେ କ୍ଷତାକ୍ତ ହୋଇଥିଲେ। ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ କପିଳ ଗତ ୧୫ ତାରିଖ ସଂଧ୍ୟାରେ ତାଙ୍କର କିଛି ବନ୍ଧୁମାନଙ୍କ ସହ ପ୍ରତିଦିନ ଭଳି ଘରେ ବସି ଧର୍ମଚର୍ଚ୍ଚା କରୁଥିଲେ। ଏହି ସମୟରେ ବ୍ରହ୍ମାନନ୍ଦ ନିଶାଗ୍ରସ୍ତ ଅବସ୍ଥାରେ ଘରେ ପହଞ୍ଚିଲେ। କପିଳଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। କପିଳ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବ୍ରହ୍ମାନନ୍ଦ ଘରୁ ଏକ ଟାଙ୍ଗିଆ ଆଣି ବଡ଼ବାପାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କପିଳ ଚେତାଶୂନ୍ୟ ହୋଇପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe