ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ମାଡ଼ମାରି ଘର ପୋଡ଼ିଥିଲା ସ୍ବାମୀ, ମିଳିଲା ଜେଲ୍‌ଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଭଦ୍ରକ: ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଂଗୀତା ପାଣି ଆଜି ଏକ ଘରପୋଡି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଓ ଦୁଇ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ୧୫ ଦିନ ଜେଲ ଦଣ୍ଡ ଦେଇଛନ୍ତି।
ପ୍ରକାଶ  ଥାଉ କି, ଧୁଷୁରୀ ଥାନା ଅନ୍ତର୍ଗତ ଭଉରିବାଙ୍କ ଗ୍ରାମର କହ୍ନେଇ ସେଠୀ ସେହି ଗ୍ରାମର ଗୀତା ସେଠୀଙ୍କୁ ବିବାହ କରିଥିଲା। ତାର ଦୁଇଟି ଝିଅ ଅଛନ୍ତି। କହ୍ନେଇ କୌଣସି କାମ ଧନ୍ଦା ନକରି ସବୁ ବେଳେ ମଦ ପିଇ ନିଜର ସ୍ତ୍ରୀ ଓ ଝିଅଙ୍କୁ ମାଡ଼ ମାରିଥାଏ। ଗତ ତା ୬/୬/୨୨ ରିଖରେ କହ୍ନେଇ ମଦ ପାଇବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲା। ଟଙ୍କା ନ ଦେବାରୁ  ତାଙ୍କୁ ମାଡ଼ ମାରିଥିଲା। ଭୟରେ ତାର ସ୍ତ୍ରୀ ଓ ଝିଅ ଘର ଛାଡ଼ି ପଡୋଶୀ ଘରକୁ ପଳାଇ ଯାଇଥିଲେ। ମଦ ନିଶାରେ ଆସି କହ୍ନେଇ ତାର ନିଜ ଘରକୁ ନିଆଁ ଲଗାଇ ପୋଡି ଦେଇଥିଲା। ଏହି ଘଟଣାରେ ତାର ସ୍ତ୍ରୀ ଧୁଷୁରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୧୯୦/୨୨ ରେ ମାମଲା ରୁଜୁ କରି କାହ୍ନେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର  ବିଚାର କରି ମାନ୍ୟବର କୋର୍ଟ ଅଭିଯୁକ୍ତ  କହ୍ନେଇ ସେଠୀଙ୍କୁ ଜେଲ ଦଣ୍ଡ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe