ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Deccan Herald

ଯାଜପୁର: ବରୀ ବ୍ଲକ ଅନ୍ତର୍ଗତ ସ୍ୱାଇଁଖଣ୍ଡ ପଞ୍ଚାୟତର ଯଂପଡା ଗ୍ରାମର କାଣ୍ଡିସାହିରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ବରୀ ପୁଲିସ ଉଦ୍ଧାର କରିଛି। ମୃତକ ନାମ ବିଚିତ୍ରନନ୍ଦ ସାହୁ (୪୦)ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ: ବିଚିତ୍ରନନ୍ଦ ସାହୁ ଗତରାତିରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସୁରାକ ପାଇ ନଥିଲେ। ଆଜି ସକାଳୁ ତାଙ୍କ ଘର ପଛପଟେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ମୃତକଙ୍କ ପରିବାର ପକ୍ଷରୁ ଲିଖିତ ଭାବେ ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ବରୀ ପୁଲିସ କେସ ନଂ ୨୦/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ବିଚିତ୍ରାନନ୍ଦଙ୍କ ୧୨ ବର୍ଷର ଝିଅ ଆଉ ୭ବର୍ଷର ପୁଅ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe