ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ମାମଲାର ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

Advertisment
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ମାମଲାର ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

youtube.com

ଭଦ୍ରକ: ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ବାଂଶଡା ଥାନା ସଦାନନ୍ଦପୁର ଗ୍ରାମର ବାପୁ ଓରଫ ଦେବାଶିଷ ଜେନାଙ୍କ ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ହୋଇଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଛି। ତେବେ ଅଭିଯୁକ୍ତ ଶର୍ମିଷ୍ଠା, ସହଯୋଗୀ ଝୁନା ଭୋଇ ଏବଂ ଅନ୍ୟ ଦୁଇ ଅପରାଧି ଏବେ ଭଦ୍ରକ ଜେଲରେ ବିଚାରାଧିନ ବନ୍ଦୀ ଭାବରେ ଅଛନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବରେ କଡାସୁରକ୍ଷା ମଧ୍ୟରେ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦେବାଶିଷ ତାଙ୍କ ବୟାନରେ କହିଥିଲେ ଯେ ତାଙ୍କ ଅଂଚଳର ସମସ୍ତ ଭିଡିଓ ସୁଟିଂ କଲ ମାନସ ସ୍ବାଇଁଙ୍କୁ ଦିଅନ୍ତି। ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ କନ୍ୟା ବାହାଘର କଲ ମଧ୍ୟ ସେ ମାନସକୁ ଦେଇଥିଲେ। ମାନସ ୨୦୨୨ ମସିହା ଫେବୃଆରି ୫ ତାରିଖ ସଂଧ୍ୟାରେ ଭୁବନେଶ୍ବରରୁ ତାଙ୍କର ଜଣେ ସହଯୋଗୀଙ୍କ ସହ ଆସି ତାଙ୍କ ପାଖରେ ପହଞ୍ଚି ଥିଲ |

ତାଙ୍କୁ ନେଇ ବଳଭଦ୍ର ଭୋଳଙ୍କ ଘରେ ସେ ୬ ତାରିଖ ସକାଳେ ଛାଡି ଆସିଥିଲା ଓ ୭ ତାରିଖରେ ଉଭୟଙ୍କୁ ନେଇ ଫେରିଥିଲା। ପଳାସପୁର ମନ୍ଦିର ପାଖରେ ସ୍ବାଧିକାର ନ୍ୟୁଜ ଚ୍ୟାନେଲ ସାମ୍ବାଦିକ ଶରତ ପଣ୍ଡା ତାଙ୍କୁ ଅଟକାଇଥିଲେ ଓ ତାଙ୍କ ପଛରେ ଥିବା OD 02 6599 କାରରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଆସି ମାନସକୁ ମୋବାଇଲ କ୍ୟାମେରା ଓ ଚିପ ମାଗିଥିଲେ। ସେ ମନା କରିବାରୁ ସେମାନେ ତା ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନା ଭୋଇକୁ ସେ ଚିହ୍ନିଥିଲା | ମାତ୍ର ଜେଲରେ ଥିବା ରଂଜନ ବିଷୟରେ କିଛି କହିପାରିନଥିଲା। ପ୍ରକାଶ ଥାଉକି କ୍ରାଇମବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ.ପ୍ୟାରେଡ) ହୋଇଥିଲା, ସେତେବେଳେ ବାପୁ, ଶର୍ମିଷ୍ଠା, ଝୁନା ଓ ବିବେକକୁ ଚିହ୍ନିଥିଲା। ମାତ୍ର ବିବେକ ନିଜର ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇ ନ ଥିଲା। ଆଜି ଦିନତମାମ ଦେବାଶିଷକୁ ଅଭିଯୁକ୍ତମାନଙ୍କ ଓକିଲମାନେ ଗୋଡେଇତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ସଠିକ ଭାବରେ ସେ ପ୍ରଦାନ କରିଥିଲେ ବୋଲି ସରକାରି ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe