୧୦୩ଟି ସ୍ବତନ୍ତ୍ର ଦଳ ମଣ୍ଡି ବୁଲି ଗଛିତ ଧାନର ଯାଂଚ କଲେ: ୯ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ସମ୍ଭାବନା କହିଲେ ଜିଲ୍ଲା ଯୋଗାଣ ଅଧିକାରୀ

୧୦୩ଟି ସ୍ବତନ୍ତ୍ର ଦଳ ମଣ୍ଡି ବୁଲି ଗଛିତ ଧାନର ଯାଂଚ କଲେ: ୯ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ସମ୍ଭାବନା କହିଲେ ଜିଲ୍ଲା ଯୋଗାଣ ଅଧିକାରୀ

ଜୟପୁର: କେଉଁ ମଣ୍ଡିରେ କେତେ ଧାନ ରହିଛି ତାହାର ଆକଳନ କରିଛି ଆଜି ସ୍ବତନ୍ତ୍ର ଦଳ। ୨ଟି ଉପଖଣ୍ଡର ୧୪ଟି ବ୍ଲକରେ ୧୦୩ଟି ଟିମ୍ ଯାଂଚ କରିଥିଲେ। ୨ ଉପଖଣ୍ଡର ୨ ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ, ୧୪ଟି ଯାକ ବ୍ଲକର ବିଡିଓ, ତହସିଲଦାରମାନେ ବି ଏହି ୧୦୩ଟି ଦଳର ଯାଂଚକୁ ନେଇ ନିଜେ ମଣ୍ଡିକୁ ବୁଲି ତଦାରଖ କରିଥିଲେ। ପ୍ରାୟ ୨୦ଟି ମଣ୍ଡିରେ ବୁଲି ତଦାରଖ କରିଥିଲେ । ପ୍ରତ୍ୟେକ ମଣ୍ଡିରେ ୧୫ରୁ ୨୦ହଜାର କୁଇଣ୍ଟାଲ ଧାନ ଗଛିତ ଥିବା ଦେଖିଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ।

publive-image

ଜୟପୁର ବ୍ଲକ ବିଡିଓ ସୁରଜ ପଟ୍ଟନାୟକ କଙ୍ଗା, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର ଜୟପୁର ବ୍ଲକର କାଳିଆଗାଁ, ପାମ୍ପୁଣୀ ଓ ଜୟପୁର ଆରଏମସି ଆଦି ବହୁ ମଣ୍ଡିର ଯାଂଚ କାମକୁ ତଦାରଖ କରିଥିବା କହିଛନ୍ତି। ଜିଲ୍ଲାରେ ଥିବା ୧୪ଟି ବ୍ଲକର ୧୦୩ଟି ମଣ୍ଡିର ୨୦ଟି ଲ୍ୟାମ୍ପ, ୨୪ଟି ଏସଏଚଜି, ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥାରେ ପଂଜିକରଣ କରି ୧୦ହଜାର ଚାଷୀ ପ୍ରାୟ ୯ଲକ୍ଷ କୁଇଣ୍ଟାଲ ଧାନ ବିକ୍ରୀ କରି ପାରିନଥିବା ଅଭିଯୋଗ ହୋଇଥିଲା। ଏପରିକି ଏମାନଙ୍କ ମଧ୍ୟରୁ କିଛି ଚାଷୀ ଟୋକେନ୍ ପାଇଥିବା ବେଳେ ଆଉ କିଛି ଚାଷୀ ଟୋକେନ୍ ପାଇପାରି ନାହାନ୍ତି। ତେବେ ଚାଷୀଙ୍କ ଧାନ ଗଛିତ ରହିବା ଜାଣିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ସପ୍ତାହକ ହେବ ମଣ୍ଡିରୁ ଆଉ ଧାନ ଉଠାଯାଇନଥିଲା।

publive-image

୧୫ତାରିଖ ମଧ୍ୟରେ ଟୋକେନ୍ ପାଇଥିବା ଚାଷୀ ମାନେ ଧାନ ମଣ୍ଡିରେ ଗଛିତ ରଖିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରୀ କରିଥିଲେ। ସ୍ବତନ୍ତ୍ର ଦଳ ଯାଂଚ କରି ଆଜି ରାତି ସୁଦ୍ଧା ରିପୋର୍ଟ ଦେବେ। ତାକୁ ଆସନ୍ତାକାଲି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ନିକଟକୁ ନୂଆ ଟାର୍ଗେଟ ପାଇଁ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ନାୟକ। ଆଜି ସେ ୨୦ଟି ମଣ୍ଡିର ତଦାରଖ କରିବା ପରେ ମଣ୍ଡିରେ ଗଚ୍ଛିତ ଥିବା ଧାନକୁ ଦେଖି ସେ ୧୦୩ଟି ମଣ୍ଡିରେ ପ୍ରାୟ ୯ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ଗଚ୍ଛିତ ଥିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe