ରାୟଗଡ଼ାରେ ମଣ୍ଡି ଆରମ୍ଭ: ପ୍ରଥମ ପର୍ଯ୍ୟାୟରେ କିଣାହେବ ୯,୫୩,୭୩୧ କୁଇଣ୍ଟାଲ୍‌ ଧାନ

Advertisment
ରାୟଗଡ଼ାରେ ମଣ୍ଡି ଆରମ୍ଭ: ପ୍ରଥମ ପର୍ଯ୍ୟାୟରେ କିଣାହେବ ୯,୫୩,୭୩୧ କୁଇଣ୍ଟାଲ୍‌ ଧାନ

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଖରିଫ ମଣ୍ଡି ଆଜି ଠାରୁ ଆରମ୍ବ ହୋଇଛି। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ମଣ୍ଡିର ଶୁଭ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିସିଓ ରମେଶ ଚନ୍ଦ୍ର ସ୍ବାଇଁ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ ମନମଥ ଦାସ, ଆରଏମସି ସଂପାଦକ ବି.ସ୍ବାଇଁ, କୃଷକ ପ୍ରତିନିଧି ରାଜେନ୍ଦ୍ର ନାୟକ ସମେତ ମିଲରମାନେ ଉପସ୍ଥିତ ଥିଲେ।

ଜିଲ୍ଲାରେ ଡିଆସିଏସ ତରଫରୁ ସର୍ଭେ କାମ ଏକ ପ୍ରକାର ସରିନାହିଁ। ଜିଲ୍ଲାର ୨୦୪୪୨ ଜଣ ଚାଷୀଙ୍କ ମଧ୍ୟରୁ ୧୯୨୬୬ ଜଣ ଜାଷୀଙ୍କର ସର୍ଭେ ସରିଥିବା ବେଳେ ବଳକା ୧୧୨୬ ଜଣ ଚାଷୀଙ୍କର ସର୍ଭେ ସରିନଥିବା ଜଣାପଡ଼ିଛି।

ତେବେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୯,୫୩,୭୩୧ କ୍ବିଣ୍ଟାଲ ଧାନ ଖରିଦ କରାଯିବ ବୋଲି ଜଣାପଡିଛି, ଯାହାଫଳରେ ଜିଲ୍ଲାକୁ ୬୩,୯୦୦ ମ୍ୟାଟ୍ରିକ ଟନ୍ ଚାଉଳ ମିଳିବ ବୋଲି କୁହାଯାଇଛି। ରାୟଗଡା ଜିଲ୍ଲାର ଦୁଇଟି ସବଡିଭିଜନ ମଧ୍ୟରୁ ରାୟଗଡା ସବଡିଭିଜନରେ ୧୩ଟି ମଣ୍ଡି ଖୋଲାଯାଇଥିବା ବେଳେ ଗୁଣୁପୁର ସବଡିଭିଜନରେ ୩୦ଟି ମଣ୍ଡି ଖୋଲାଯାଇଛି। ସାଧାରଣ ଧାନ କ୍ବିଣ୍ଟାଲ ପିଛା ୨୧୮୩ ଟଂକା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ ଏ ଧାନ କ୍ବିଣ୍ଟାଲ ପିଛା ୨୨୦୩ ଟଂକା ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ପାଇଁ ନିୟନ୍ତ୍ରିତ ବଜାର କମିଟି ତରଫରୁ ସୁବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe