Advertisment

ମଣ୍ଡିରେ ନାହିଁ ପିଣ୍ଡି, ଲଗାଣ ବର୍ଷାରେ ଭିଜୁଛି ଧାନ

Advertisment
ମଣ୍ଡିରେ ନାହିଁ ପିଣ୍ଡି, ଲଗାଣ ବର୍ଷାରେ ଭିଜୁଛି ଧାନ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ସେବା ସମବାୟ ସମିତି (ପ୍ୟାକ୍ସ)ର ଧାନମଣ୍ଡିରେ ପିଣ୍ଡି ବ୍ୟବସ୍ଥା ନଥିବାରୁ ଅଦିନିଆ ବର୍ଷାରେ ଖୋଲା ଆକାଶ ତଳେ ଥିବା ଧାନ ଭିଜୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବାଉଁଶୁଣି, ଅଁଳାପାଲି, ଗୋଛାପଡା ଆଦି ୩ଟି ପଞ୍ଚାୟତର ୧,୧୧୩ ଜଣ ଚାଷୀ ଚଳିତ ବର୍ଷ ଖରିଫ ଧାନ ବିକ୍ରି କରିବା ପାଇଁ କରିଛନ୍ତି। ଏତେବଡ଼ ଅଞ୍ଚଳର ବହୁସଂଖ୍ୟକ ଚାଷୀଙ୍କ ପାଇଁ ଏଠାକାର ପ୍ୟାକ୍ସରେ ପିଣ୍ଡି ବ୍ୟବସ୍ଥା ନଥିବାରୁ ଲଗାଣ ବର୍ଷାରେ ଧାନ ଭିଜିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଣ୍ଡି ନିର୍ମାଣ ନେଇ ଚାଷୀମାନେ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ପିଣ୍ଡି ନିର୍ମାଣ ହୋଇପାରି ନଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ମଣ୍ଡି ପଛେଇ ଚାଲିଥିବାରୁ ଫେବ୍ରୁଆରି ମାସରେ ବିକ୍ରି ପାଇଁ ମେସେଜ ପାଇଥିବା ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରିବେ କି ନାହିଁ ସେନେଇ ଆଶଙ୍କା ପ୍ରକଟ କରିଛନ୍ତି। ଏହାଛଡ଼ା କେବଳ ଜିଲ୍ଲାର ମିଲର୍ସମାନେ ବର୍ତ୍ତମାନ ଧାନ କ୍ରୟ କରୁଥିବାରୁ ଧାନ ଉଠିବାରେ ବିଳମ୍ବ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଯେହେତୁ ଡିସେମ୍ବର ୨୬ ଓ ୨୯ ତାରିଖରେ ଟୋକନ୍‌ ପାଇଥିବା ଚାଷୀଙ୍କ ଧାନ ଜାନୁଆରି ୧୨ ତାରିଖରେ କ୍ରୟ କରାଯାଉଛି। ବାହାର ଜିଲ୍ଲାର ମିଲର୍ସଙ୍କୁ ଅନୁମତି ଦିଆଯାଇ ଶୀଘ୍ର ଧାନ କ୍ରୟ କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe