ମନ୍ଦିର ଦାନ ବାକ୍ସ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ମନ୍ଦିର ଦାନ ବାକ୍ସ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରୁସୁଗୁଡ଼ା: ଝାରୁସୁଗୁଡ଼ା ଲାଇକେରା ପୁଲିସ ଷ୍ଟେସନ୍‌ ନିକଟରେ ଥିବା ଏକ ମନ୍ଦିର ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ମଙ୍ଗଳବାର ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରି ଛାନ୍‌ଭିନ୍‌ ଆରମ୍ଭ କରି ହତ୍ୟାକାରୀକୁ ଧରିଥିଲା। ହତ୍ୟାକାରୀ ନାମ ମିଶ୍ର ମାଝି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବାଗଡିହି ମାହାକାଲା ମନ୍ଦିରକୁ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଦାନ ବାକ୍ସ ନିକଟରେ ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖିବକୁ ପାଇଥିଲେ। ଏହାପରେ ସେମାନେ ସ୍ଥାନୀୟଲୋକଙ୍କୁ  ଓ ପୁଲିସରେ ଖବର ଦେଇଥିଲେ।। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରି ଜାଣିବାକୁ ପାଇଲା ମୃତକର ନାମ  ନାଥାନ୍‌ ସାହୁ ଏବଂ ତାର ବୟସ ପାଖାପାଖି ୩୬ବର୍ଷ ହେବ। ସେ ମନ୍ଦିରରେ ରୋଷେୟା ଭାବେ କାମ କରେ। ହତ୍ୟାକାରୀ ମିଶ୍ର ମାଝି ପୁଲିସ ନିକଟରେ ଆତ୍ମସମର୍ପଣ କରି ନିଜ ଦୋଷ ସ୍ୱୀକାର କରିଥିଲା। ତେବେ ଏହି ହତ୍ୟାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe