୨ ଲକ୍ଷ ଟଙ୍କାର ଚୋରା ମାଙ୍ଗାନିଜ ଜବତ

୨ ଲକ୍ଷ ଟଙ୍କାର ଚୋରା ମାଙ୍ଗାନିଜ ଜବତ

ଯୋଡ଼ା: ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ମାଇନିଂ ଅଫିସର ଦୀପକ କୁମାର ଧୁଆଙ୍କ ନେତୃତ୍ୱରେ ଗତକାଲି ଏକ ପାଞ୍ଚ ଜଣିଆ ଟିମ ଯୋଡ଼ା ରଣାଶାଳ ଘାଟି  ନିକଟରେ ଯାଞ୍ଚ ବେଳେ ଏକ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କରିଛନ୍ତି।

ସୂଚନା ଅନୁଯାୟୀ  ଏହି ଟିମ୍  ଟ୍ରକ୍  ଗୁଡ଼ିକ ଯାଞ୍ଚ  କରୁଥିବା ସମୟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକ୍ (ଜେଏଚ ୦୨ଏକ୍ସ ୦୯୦୬) କୁ ଦେଖି ସନ୍ଦେହ କରିଥିଲେ। ପରେ ଟ୍ରକ୍ ନିକଟକୁ ଯାଇ ଯାଞ୍ଚ କରିବାରୁ ଏଥିରେ ପର୍ଯ୍ୟାପ୍ତ ପରିମାଣର ମାଙ୍ଗାନିଜ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ କେହି ଦାବିଦାର ନ ଥିବାରୁ ଏଥିରେ ୩୦ ଟନ୍ ଅଧିକ ଚୋରା ମାଇନିଙ୍ଗ ସହ ଟ୍ରକକୁ ମାଇନିଂ ଅଫିସର ଦୀପକ କୁମାର ଧୁଆ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି। କାରବାରରେ  କେହି ଗିରଫ ହୋଇ ନାହାନ୍ତି। ଜବତ୍ ଚୋରା ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର  ଜେ.ଏନ କୁଲଡି, ଯୋଡ଼ା ମାଇନିଂ ଅଫିସର ସତ୍ୟପ୍ରିୟ ପଣ୍ଡା ଓ ପ୍ରଶାନ୍ତ ଦାସଙ୍କ ସମେତ ସର୍ଭେ ଆସିଷ୍ଟାଣ୍ଟ ଡି. ମାଝୀ ସାମିଲ୍ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe