ଆର୍ଥରାଇଟିସ୍‌ରେ ପୀଡ଼ିତା ମଞ୍ଜୁଳା; ଚିକିତ୍ସା ନିମନ୍ତେ ଅର୍ଥାଭାବ, କଷ୍ଟରୁ ମୁକ୍ତି ପାଇଁ ସହାୟତା ନିବେଦନ

Advertisment
ଆର୍ଥରାଇଟିସ୍‌ରେ ପୀଡ଼ିତା ମଞ୍ଜୁଳା; ଚିକିତ୍ସା ନିମନ୍ତେ ଅର୍ଥାଭାବ, କଷ୍ଟରୁ ମୁକ୍ତି ପାଇଁ ସହାୟତା ନିବେଦନ

ରା. ଉଦୟଗିରି: ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତ ଏନ୍‌. ଝାଲାରସିଂ ଗ୍ରାମର ମଞ୍ଜୁଳା ସେନାପତି। ଜୀବନ ଯୁଦ୍ଧରେ ଏବେ ସେ ନିରାଶ। ଦୀର୍ଘ ୬ବର୍ଷ ହେଲା ଆର୍ଥାରାଇଟିସରେ ପୀଡ଼ିତା। ଯନ୍ତ୍ରଣା ସହିବା ଏବେ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ମୁକ୍ତି ସକାଶେ ସେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

ସ୍ବାମୀ ଶତ୍ରୁଘ୍ନ ସେନାପତି କରିଛନ୍ତି ଏକ ଚାଉମିନ୍ ଫାଷ୍ଟ ଫୁଡ୍ ଦୋକାନ। ପୁଅର ସହଯୋଗରେ ଯାହାକିଛି ରୋଜଗାର ହୁଏ, ଅଧାରୁ ଅଧିକ ଯାଏ ମଞ୍ଜୁଳାଙ୍କ ଔଷଧ ଖର୍ଚ୍ଚରେ। ଗତ ୬ ବର୍ଷ ହେଲା ମଞ୍ଜୁଳା ପ୍ରତିମାସରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇ ଆଣ୍ଠୁରେ ଜମିଥିବା ପାଣି ବାହାର କରି ଆସୁଛନ୍ତି। ପ୍ରତିଥର ଗାଡ଼ିଭଡ଼ା ଏବଂ ଔଷଧ ବାବଦକୁ ୧୦ ହଜାର ଟଙ୍କା ସରୁଛି। ଆଦାୟ ନଥିବା ବେଳେ ଏତକ ଟଙ୍କା ଯୋଗାଡ଼ କରିବା ପରିବାର ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ, ଶତ୍ରୁଘ୍ନ କିଛି ଦିନ ହେଲା ବ୍ରହ୍ମପୁରର ଏକ ହୋଟେଲରେ କାମ କରି କଛି ରୋଜଗାର କରୁଛନ୍ତି। ଏଣୁ, ସରକାରୀ ସହାୟତା ମିଳି ଥିଲେ ସେ ରୋଗରୁ ମୁକ୍ତି ପାଆନ୍ତେ ଏବଂ ଖର୍ଚ୍ଚ ଭରଣା ହୁଅନ୍ତା ବୋଲି ମଞ୍ଜୁଳା ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe