୧୮ରେ ପଦ୍ମପୁର ଆସିବେ ମନମୋହନ, ବିଜେପିର ପ୍ରସ୍ତୁତି

Advertisment
୧୮ରେ ପଦ୍ମପୁର ଆସିବେ ମନମୋହନ, ବିଜେପିର ପ୍ରସ୍ତୁତି

OdishaTV

ପାଇକମାଳ: ଆସନ୍ତା ୧୮ ତାରିଖ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଦ୍ମପୁର ଗସ୍ତରେ ଆସୁଛନ୍ତି। ଏନେଇ ପାଇକମାଳଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ୧୮ ତାରିଖ ଦିନ ପଦ୍ମପୁର ଗୋରୁ ବଜାର ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ଶ୍ରୀ ସାମଲ ଯୋଗଦେବେ।

ରାତ୍ରିରେ ନୃସିଂହନାଥଠାରେ ଶ୍ରୀ ସାମଲଙ୍କ ରହଣୀ କାର୍ଯ୍ୟକ୍ରମ ରହିଛି। ବୈଠକରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଚିନ୍ତାମଣି ରାଉତ, ସଂଜୟ ବେହେରା, କୈଳାସ ଦିଶ୍ରୀ, ନିଳିମା ପଟେଲ, ଯୋଗେନ୍ଦ୍ର ଭୋଇ, ସତ୍ୟ ବେହେରା, ରାଜେନ୍ଦ୍ର ସେଠ, ଗଣେଶ ସାହୁ, ରୋଶନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe