ମନରେଗାରେ ଚଞ୍ଚକତା : କେନାଲ୍ ନିର୍ମାଣ ସରିନି, ବିଲ୍ ଉଠାଇ ଖାଇଗଲେ

ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଲେ ଖୋରଜଡ଼ା ଗ୍ରାମବାସୀ

ମନରେଗାରେ ଚଞ୍ଚକତା : କେନାଲ୍ ନିର୍ମାଣ ସରିନି, ବିଲ୍ ଉଠାଇ ଖାଇଗଲେ

ରାୟଗଡ଼ା : କେନାଲ୍ ନିର୍ମାଣ ସରିନି। କିନ୍ତୁ କାଗଜପତ୍ରରେ କାମ ଶେଷ ଦର୍ଶାଇ ବିଲ୍ ହଡ଼ପ କରି ନେଇଛନ୍ତି ବ୍ଲକ୍ କର୍ତ୍ତୃପକ୍ଷ। କଲ୍ୟାଣସିଂହପୁର ବ୍ଲକର ଖୋରଜଡ଼ା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ମାଧ୍ୟମରେ ମନରେଗା ଦୁର୍ନୀତି ସଂପର୍କରେ ଅବଗତ କରିଛନ୍ତି।

କଲ୍ୟାଣସିଂହପୁର ବ୍ଲକ୍ ସିଙ୍ଗାରି ପଞ୍ଚାୟତର ଖୋରଜଡ଼ା ଗ୍ରାମରେ ମନରେଗା ଯୋଜନାରେ ସିଆଡ଼ିମାଳ କେନାଲର ନିର୍ମାଣ ପାଇଁ କାର୍ଯ୍ୟ ମଞ୍ଜୁର ହୋଇଥିଲା। କାର୍ଯ୍ୟାଦେଶ ସଂଖ୍ୟା: ୨୪୨୯୦୦୫୦୧୪ ରେ କେନାଲ୍ ନିର୍ମାଣରେ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମିଥ୍ୟା ମଷ୍ଟରରୋଲ୍ ମାଧ୍ୟମରେ କେନାଲ୍ ନିର୍ମାଣ ଅର୍ଥ ହଡ଼ପ କରାଯାଇଛି। ଠିକାଦାର ଜରିଆରେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଏହି ଅର୍ଥ ହଡ଼ପ କରିଛନ୍ତି । ସଭିଁଏ ମିଳିମିଶି କେନାଲ ନିର୍ମାଣ ଟଙ୍କା ହଡ଼ପ କରି ଗ୍ରାମବାସୀଙ୍କୁ ଅନ୍ଧାରରେ ରଖିଥିଲେ । କିଛି ଦିନ ପରେ ଗ୍ରାମବାସୀ ଦୁର୍ନୀତି ସଂପର୍କରେ ଅବଗତ ହେବା ପରେ ସରକାରୀ ୱେବ୍ ସାଇଟ ଓ ବ୍ଲକରୁ ତଥ୍ୟ ସଂଗ୍ରହ କରିଥିଲେ। ବିଲ୍ ମଞ୍ଜୁର ତାଲିକା ପାଇବା ପରେ ଗ୍ରାମବାସୀ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସ୍ବତନ୍ତ୍ର ଅଧିକାରୀଙ୍କ ଦ୍ବାରା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ନୀତି ସଂପର୍କିତ ବିଲ୍ ଓ କାଗଜପତ୍ର ଗ୍ରାମବାସୀ ଦୁର୍ନୀତି ନିବାରଣ ଅଧିକାରୀ ଓ କଲ୍ୟାଣସିଂହପୁର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି। ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe