ଅଣ୍ଢେଇପଲ୍ଲୀ ପଞ୍ଚାୟତରେ ମେସିନ କରୁଛି ମନରେଗା କାର୍ଯ୍ୟ, ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ମଧ୍ୟ ଫଳ ଶୂନ

Advertisment
ଅଣ୍ଢେଇପଲ୍ଲୀ ପଞ୍ଚାୟତରେ ମେସିନ କରୁଛି ମନରେଗା କାର୍ଯ୍ୟ, ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ମଧ୍ୟ ଫଳ ଶୂନ

Sambad

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏବେ ସବୁଠି ‌ ମନରେଗା କାର୍ଯ୍ୟ ମେସିନରେ ଚାଲିଛି। ଶ୍ରମିକ କାର୍ଯ୍ୟ କରିବାର କେବଳ ମିଛ ବାହାନା କରାଯାଉଛି। ଜିଲ୍ଲାରେ ମନରେଗା ଯୋଜନାରେ ଏଭଳି ମାଳ ମାଳ ଅଭିଯୋଗ ସବୁ ବ୍ଲକର ବିଡିଓ ମାନଙ୍କ ନିକଟକୁ ଆସୁଛି। ଭଦ୍ରକ ବ୍ଲକରେ ଏଭଳି ମଧ୍ୟ ଅଭିଯୋଗ ହୋଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଅଣ୍ଢେଇପଲ୍ଲୀ ପଞ୍ଚାୟତରେ ଶ୍ରମିକଙ୍କ ଦ୍ବାରା ମନରେଗା କାର୍ଯ୍ୟ କରାଯାଉ ନଥିବା ବେଳେ ଏଠାରେ ମେସିନ ଲଗାଇ ରାତି ଅଧରେ କାମ ଚାଲିଛି। ଏଭଳି ମେସିନ କାର୍ଯ୍ୟ ଚାଲୁଥିବା ନେଇ ଫଟୋ ଉଠାଯାଇ ଜିଲ୍ଲାପାଳ, ଭଦ୍ରକ ବିଡିଓ, ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନିକଟକୁ ଟୁଇଟ୍ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଣ୍ଢେଇପଲ୍ଲୀ ଖେଳପଡିଆ ଉନ୍ନତୀକରଣ ଲାଗି ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ହନୁମାନ ପୋଖରୀ ପୁର୍ନରୁଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି।

publive-image Sambad

ଅମୃତ ସରୋବର ଯୋଜନାରେ ଏଇ ପୋଖରୀର ଉନ୍ନତୀକରଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ସେହିପରି ଡ୍ରେନ ଖୋଳା ଓ ମାଟି ଫିଲିଂ ପାଇଁ ୫ ଲକ୍ଷ ଟଙ୍କା ର ଅନୁଦାନ ଯୋଗାଇ ଦିଆଯାଇଛି। ଏହି ପଞ୍ଚାୟତର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରୁ ସ୍ବାଇଁ ସାହି ରାସ୍ତାର ନାଳ ଓ ମାଟି ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଏଇ ପଞ୍ଚାୟତରେ ଏବେ ଅଧିକାଂଶ କାମ ମେସିନରେ ପୁଣି ରାତି ଅଧିଆ ଚାଲୁଥିବା ‌ ନେଇ ସ୍ଥାନୀୟ ଲୋକାନେ ଜିଲ୍ଲାପାଳ ଓ ବିଡିଓ ଙ୍କ ନିକଟାର ଅଭିଯୋଗ କରିବା ସହ ଟୁଇଟ୍ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମ‌େଷ୍ଟର ରୁଲରେ ଶ୍ରମିକ କାମ କରୁଥିବାର ଦର୍ଶା ଯାଉଥିବା ବେଳେ ରାତି ଅଧରେ ମେସିନ କିଭଳି କାମ କରୁଛି। ଏହାର ତଦନ୍ତ ହେବା ନେଇ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe