୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାଜମିସ୍ତ୍ରିଙ୍କ ମୃତ୍ୟୁ

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବକ୍ସମା ନିକଟସ୍ଥ ଲାଡ଼ ହଲକାଢିପାଠାରେ ଗୁରୁବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଚାରଭାଟି ଗ୍ରାମର ମିଶ୍ର ପଧାନ (୪୫)। ଖବରପାଇ ପୁଲିସ ଶବ ଜବତ କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଲାଡ଼ ହାଲକାଢିପା ବାବୁଲୁ ହାତୀଙ୍କ ଘର ନିର୍ମାଣ ଚାଲିଥିଲା। ରାଜମିସ୍ତ୍ରି ଭାବରେ ମିଶ୍ର କାମ କରୁଥିଲେ। କାମ କରୁଥିବା ବେଳେ ଅସାବଧାନତା ଯୋଗୁଁ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ସେ ହୁତୁହୁତୁ ହୋଇ ଜଳି ଯାଇଥିଲେ। ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe