ଗଜପତି: ମାଓନେତା ସବ୍ୟସାଚୀ ପଣ୍ଡା ୯ ମାମଲାରେ ନିର୍ଦ୍ଦୋଷରେ ଖଲାସ

Advertisment
ଗଜପତି: ମାଓନେତା ସବ୍ୟସାଚୀ ପଣ୍ଡା ୯ ମାମଲାରେ ନିର୍ଦ୍ଦୋଷରେ ଖଲାସ

ପାରଳାଖେମୁଣ୍ଡି: ମାଓନେତା ସଚ୍ୟସାଚୀ ପଣ୍ଡା ଗଜପତି ଜିଲ୍ଲାର ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୯ଟି ମୋକଦ୍ଦମାରେ ସୋମବାର ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସିଜେଏମ କୋର୍ଟର ମୁଖ୍ୟ ବିଚାରପତି ଏମ ଈଶ୍ୱର ରାଓ ୯ଟି ମୋକଦ୍ଦମାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବ ଦର୍ଶାଇ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବାରମ୍ବାର ନୋଟିସ ସତ୍ତ୍ୱେ କେହି ହେଲେ ସରକାରୀ ସାକ୍ଷ୍ୟ ହାଜର ହୋଇନଥିବାରୁ ଶେଷରେ ବିଚାରପତି ମାଓନେତା ସଚ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ୯ଟି ମୋକଦ୍ଦମାରେ ଦୋଷ ମୁକ୍ତ କରିଥିବା ନେଇ ଓକିଲ ସ୍ୱରପ କୁମାର ପାଳ ଗଣମାଧ୍ୟମକୁ ସୂଚନା ଦେଇିଛନ୍ତି।

ଏହି ସଂପର୍କରେ ଶ୍ରୀ ପାଳ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନାମରେ ମୋଟ ୪୪ଟି ମୋକଦ୍ଦମା ଦାୟର ହୋଇଥିଲା। ପୂର୍ବରୁ ଦୁଇଟି ମୋକଦ୍ଦମାରେ ଦୋଷ ମୁକ୍ତ ହୋଇଥିବା ବେଳେ ଆଜି ୧୯୯୭ ମସିହାରୁ ୨୦୦୩ ପର୍ଯ୍ୟନ୍ତ ଅଡ଼ବା ଓ ମୋହନା ପୁଲିସ ଥାନାରେ ଦାୟର ହୋଇଥିବା ୯ଟି ମୋକଦ୍ଦମା ମୁଖ୍ୟ ବିଚାରଳୟ କୋର୍ଟରେ ଚାଲିଥିଲା।

କୌଣସି ସାକ୍ଷୀ ମାଓନେତା ସବ୍ୟସାଚୀଙ୍କ ବିରୋଧରେ କିଛି କହିନଥିବା ବେଳେ ଚିହ୍ନଟ ମଧ୍ୟ କରିପାରିନଥିବାରୁ ମାନ୍ୟବର ବିଚାରପତି ମାଝିଗୁଡ଼ା, ମାଦ୍ରାବାଜୁ, ମାଣିବେରା ଘଟଣା ସମେତ ୯ଟି ମୋକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ବିରୋଧରେ ଏବେ ଆଉ ୩୩ଟି ମକଦ୍ଧମା ଚାଲୁ ରହିଛି ବୋଲି ତାଙ୍କ ଓକିଲ ଶ୍ରୀ ପାଳ ପ୍ରକାଶ କରିଛନ୍ତି। ଆଜି କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପାରଳାଖେମୁଣି କୋର୍ଟକୁ ଅଣାଯାଇ ହାଜର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe