ରାୟଗଡା କାଶୀପୁର ଅଞ୍ଚଳରେ ମାଓ ପୋଷ୍ଟର

Advertisment
ରାୟଗଡା କାଶୀପୁର ଅଞ୍ଚଳରେ ମାଓ ପୋଷ୍ଟର

ରାୟଗଡା: ରାୟଗଡା-କାଶୀପୁର ଅଞ୍ଚଳରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି | ପୋଷ୍ଟରରେ ଲେଖାଯାଇଛି ଯେ ଖଣି ଖନନକୁ ବିରୋଧ ସହ କମ୍ପାନୀର ଗୁଣ୍ଡା ସାଜିଛି ପୁଲିସ | ବିଜେପି, ବିଜେଡ଼ି, କଂଗ୍ରେସ ଓ ବିଏସପି କମ୍ପାନୀ ଇଙ୍ଗିତରେ ସାମ୍ୱାଦିକ ସମ୍ମିଳନୀ କରି ବେଦାନ୍ତ, ଆଦାନୀ, ବିର୍ଲା ଓ ମୈତ୍ରୀ କମ୍ପାନୀର ଦଲାଲ ସାଜିଛନ୍ତି। କାରଖାନାକୁ ବିରୋଧ କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଉଛି | ପୁଲିସ ବର୍ତ୍ତମାନ ଗିରଫ ୩୧ ଜଣଙ୍କ ମଧ୍ୟରୁ ୯ ଜଣ ନିୟମଗିରି ନେତାଙ୍କ ଉପରେ ଦେଶଦ୍ରୋହି ମକଦ୍ଦମା ରୁଜୁ କରିଛି | ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ଦର୍ଶାଯାଇଥିବା ଏହି ପୋଷ୍ଟର ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିଷି ଗାଁରେ ପ୍ରାୟ ତିନୋଟି ସ୍ଥାନରେ ଲଗାଯାଇଛି ।

ଏଥିରେ ଆହୁରି ଲେଖା ଯାଇଛି କାଶୀପୁର ବ୍ଲକ ଅଞ୍ଚଳରେ ଥିବା ସିଯୁମାଳି, ମଞ୍ଜୀଙ୍ଗ ମାଳି ଓ କୁଟ୍ରୁ ମାଳିରେ ଖଣିଖନନ ହେଲେ ୨୭୪ ଲୋକଙ୍କୁ କାମ ମିଳିବ, କଂଶରିଗୁଡ଼ାରେ ଏକ ହଜାର ଲୋକଙ୍କୁ କାମ ମିଳିବ | କିନ୍ତୁ ଦୁଇ ଶହ ଗାଁର ୩ ହଜାରରୁ ଅଧିକ ପରିବାର ହନ୍ତସନ୍ତ ହେବେ | ସେହିପରି ରାଜ୍ୟ ସରକାର ଗତ ୧୦ ବର୍ଷ ଭିତରେ ୭ଲକ୍ଷ ୫୦ ହଜାର ଲୋକଙ୍କୁ କାମ ମିଳିବ ବୋଲି ଘୋଷଣା କରିଥିଲେ ମାତ୍ର ଏବେ ସୁଦ୍ଧା ୭ ହଜାର ଲୋକଙ୍କୁ କାମ ମିଳିଛି। ରାଜ୍ୟରେ ଥିବା କାରଖାନାରେ ୭୫ ପ୍ରତିଶତ ବାହାର ଲୋକମାନେ କାମ କରୁଛନ୍ତି, କାରଖାନା ହେଲେ ଦାଦନ କମିଯିବା ପରିବର୍ତ୍ତେ ବଢ଼ି ଚାଲିଛି। ରାଜ୍ୟରେ କଂପାନୀ ହେଲେ ସବୁ ରାଜନୀତି ଦଳର ନେତାମାନେ ମାଲାମାଲ ହେଉଛନ୍ତି ତେଣୁ ସାମ୍ୱାଦିକ ସମ୍ମିଳନୀ କରି କାରଖାନାକୁ ସମର୍ଥନ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe