କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରଣ କରି ପୋଷ୍ଟରରେ ସଚେତନ କଲେ ନକ୍ସଲ

Advertisment
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରଣ କରି ପୋଷ୍ଟରରେ ସଚେତନ କଲେ ନକ୍ସଲ

Sambad

ମାଲକାନଗିରି: ମାଓ ସଂଗଠନର ଆନ୍ଦ୍ର ଓଡିଶା ବୋଡର ଜୋନାଲ କମିଟି ତରଫରୁ ପୋଷ୍ଟର ରିଲିଜ କରାଯାଇଛି।୭୫ତମ ସ୍ୱାଧୀନତା ଦିବସକୁ ଆଜାଦିକା ଅମୃତ ମହୋତ୍ସବ ପାଳନ କରିବାକୁ ବାରଣ କରିଛନ୍ତି। କାରଣ ଏହି ସ୍ୱାଧୀନତା ପୁଞ୍ଜିପତି, ମନୁବାଦୀ, ସାମ୍ରାଜ୍ୟବାଦୀଙ୍କ ସ୍ୱାଧୀନତା ଅଟେ। ରାଜନୈତିକ ଦଳ ମାନେ ନିଜର ଫାଇଦା ନିମନ୍ତେ ଦେଶକୁ ବିଦେସୀଙ୍କ ହାତକୁ ଟେକି ଦେଉଛନ୍ତି। ଜଳ, ଜଙ୍ଗଲ, ଜମି ସହ ଖଣିଜ ସମ୍ପଦ ବିଦେଶୀ କମ୍ପାନି ହାତକୁ ଟେକି ଦେଉଛନ୍ତି। ଆଉ ଆମ୍ବାନୀ ଓ ଆଦାନୀ ଭଳି ପୁଞ୍ଜିପତିଙ୍କ ଚାଟୁକର ସାଜିଛନ୍ତି। ବିସ୍ଥାପିତ ହୋଇ ସାଧାରଣ ଜନତା  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେକାରୀ ସମସ୍ୟା ସମାଧାନ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର। ପ୍ରତ୍ୟେକଦିନ ପ୍ରତି ମୁହୂର୍ତ୍ତରେ ନାରୀ ନିର୍ଯ୍ୟାତିତ ହେଉଛନ୍ତି। କିନ୍ତୁ ଏହି ସବୁକୁ ଭୁଲି ଦେଶକୁ ବିକ୍ରି କରିବାରେ ବ୍ୟସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ। ଏଥିପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ନିମନ୍ତେ ବିପ୍ଳବ ହିଁ ଏକ ମାତ୍ର ପନ୍ଥା। ମାଓ ସଙ୍ଗଠନରେ ସାମିଲ ହୋଇ ଜଳ, ଜଙ୍ଗଲ , ଜମି ପାଇଁ ଲଢେଇ କରିବାକୁ ଆହ୍ୱାନ କରିଛି ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ମାଓବାଦୀ ପାର୍ଟି।

publive-image Sambad

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା କିପରି ଗରିପ ଲୋକଙ୍କୁ ନିର୍ଯାତନା ଦେବା ସହ ଠକୁଛନ୍ତି ଏବଂ ପୁଞ୍ଜିପତି ମାନଙ୍କ ସହ ହାତ ମିଳାଇଛନ୍ତି ତାହାର ବିଭିନ୍ନ ଫଟୋ ମାଧ୍ୟମରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଉଛନ୍ତି ନକ୍ସଲ।ଏବେ ଜିଲ୍ଲାର ଦୁର୍ଗମ ଏବଂ ଆନ୍ଧ୍ର ଓଡିଶା ସୀମାରେ ନକ୍ସଲ ଦ୍ବାରା ଏଭଳି ପୋଷ୍ଟର ମରାଯାଉଥିବା ଦେଖିବାକୁ ମିଳିଛି।ଆଜାଦିକା ମହୋତ୍ସବ କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଭୋଟ ରାଜନୀତି। ଲୋକେ ଆଜି ବି ପରାଧୀନ ଅଛନ୍ତି। ଲୋକେ କେତେ ଦୟନୀୟ ଅବସ୍ଥାରେ ରହୁଛନ୍ତି ତାହା କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଖିପାରୁ ନାହାନ୍ତି।ତେଣୁ ଜନସାଧାରଣ ଏକ ହୋଇ ଏହା ବିରୋଧରେ ଲଢେଇ କରନ୍ତୁ ବୋଲି ନକ୍ସଲ ସଂଗଠନ ଆହ୍ବାନ କରିଛି। ସମସ୍ତ ପୋଷ୍ଟର ତେଲୁଗୁ ଭାଷାରେ ଲିଖିତ ହୋଇଛି। ଆଜାଦିକା ଅମୃତ ମହୋତ୍ସବକୁ ନକ୍ସଲ ସଂଗଠନ ଘୋର ବିରୋଧ କରୁଛି। ତେଣୁ ଏହାକୁ ବାରଣ କରିବାକୁ ମଧ୍ୟ ସମସ୍ତଙ୍କୁ ଉସୁକାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe