୯ ଲକ୍ଷ ପୁରସ୍କାର ଘୋଷିତ ଦୁଇ ମହିଳା ମାଓବାଦୀ ଗିରଫ

ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ, ସୂଚନା ଦେଲେ ଡିଜି ଅଭୟ

The Economic Times

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଦୁଇ ଜଣ ଦୁର୍ଦାନ୍ତ ମହିଳା ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । କମ୍ପାନୀ ନମ୍ବର ୧ର ମହିଳା ମାଓବାଦୀ କୋରସା ମାସେ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷିତ କରିଥିବା ବେଳେ ଡିକେଏଏମଏସ ଅଧ୍ୟକ୍ଷା ସୁନିତା କାରାମଙ୍କ ଉପରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗିରଫ ହୋଇଥିବା ଏହୁ ଦୁଇ ମହିଳା ମାଓବାଦୀ ବଡ ବଡ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି।କୋରସାକୁ ପୁଲିସ ଗାଂଗଲୁର ଥାନା ଅନ୍ତର୍ଗତ ଚେରପାଲ ପଦେଡା ଅଂଚଳରୁ ଗିରଫ କରିଥିବା ବେଳେ ପାମେଡ ଥାନା ଅନ୍ତର୍ଗତ ଧର୍ମାରାମ ଗ୍ରାମରୁ ସୁନିତାକୁ ଗିରଫ କରିଛି।ଜିଲ୍ଲା ପୁଲିସ ସମେତ ଏସଟିଏଫ,ଡିଆରଜି ଯବାନ ଏହି ଗିରଫରେ ସାମିଲ ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe