Sambad
ମାଲକାନଗିରି: ମାଲଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ ଜିଲ୍ଲା ପୁଲିସ ଜଣେ ମାଓବାଦୀକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଡୁମଗୁଡେମ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଗୋଲ୍ଲାପାଲୀ ଏରିଆ କମଟିର ସଦସ୍ୟ ମାଡବୀ କୋସାକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ସୁନିଲ ଦତ୍ତ ମାଓବାଦୀକୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଥିଲେ।
ମାଡବୀ କୋସା ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ପୁଲିସ କୋସାକୁ ଗିରଫ କରିବା ପରେ ପଚରାଉଚରା କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।
Follow Us