ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ପୁଣି ମାଓବାଦୀ ଗାତ ଖୋଳି ଲୁଚାଇ ରଖିଥିବା ବିସ୍ଫୋରକ ସହ ମାଓ ସାମଗ୍ରୀକୁ ପୁଲିସ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଡିଭିଏଫ ଏବଂ ଏସଓଜି ଯବାନ ଯଡାମ୍ବ ପଞ୍ଚାୟତର ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବା ଯନ୍ତ୍ରୀ ପଞ୍ଚାୟତର ମାରିବେଡା ଏବଂ ନାଡମେଞ୍ଜରି ଗ୍ରାମ ଜଂଗଲରେ ମାଓବାଦୀ ଏକ ବିରାଟ ଗାତ ଖୋଳି ସେଥିରେ ବିସ୍ଫୋରକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିଲେ। ମାଓବାଦୀ ଗାତରେ ୪ଟି ଟିଫିନ ବୋମା, ମାଓ ପୋଷାକ, ଔଷଧ ସମେତ ବହୁ ପରିମାଣରେ ମାଓ ସାମଗ୍ରୀ ରହିଥିଲା। ପୁଲିସ ଏହି ଅଂଚଳକୁ ଘେରିବା ସହ ମାଓବାଦୀ ଲୁଚାଇ ରଖିଥିବା ଏହି ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଛି।
ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ନିତିଶ ଵାଧଵାନି ମାଓବାଦୀ ଲୁଚାଇ ରଖିଥିବା ଏହି ସାମଗ୍ରୀର ପ୍ରଦର୍ଶନ କରିଥିଲେ। ସେ କହିଥିଲେ ଯେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହାକୁ ଲୁଚାଇ ରଖିଥିଲେ। ତେବେ ଯବାନ ଏକ ବଡ ଅଘଟଣକୁ ଏଡାଇବାରେ ସଫଳ ହୋଇଥିବା ପୁଲିସ କହିଛି। ସ୍ବାଭିମାନ ଅଂଚଳରେ ଧିରେ ଧିରେ ମାଓବାଦୀ ନିଜର ଗଡ ହରାଉଥିବା ବେଳେ ସେମାନେ ଲୁଚାଇ ରଖିଥିବା ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବିସ୍ଫୋରକକୁ ପୁଲିସ ଏବଂ ବିଏସଏଫ ଖୋଜି ବାହାର କରିବାରେ ସଫଳହେଉଛି, ଯାହାଫଳରେ ମାଓବାଦୀଙ୍କର ଯୋଜନା ପଣ୍ଡ ହେବା ସହ ବହୁ କ୍ଷତି ସବୁଥିବା ଜଣାପଡିଛି। ଏହି ମାଓ ସାମଗ୍ରୀକୁ ଆନ୍ଧ୍ର ଓଡିଶା ବଡର ଜୋନାଲ କମିଟିର ସଦସ୍ୟମାନେ ଲୁଚାଇ ରଖିଥିବେ ବୋଲି ଅନୁମାନ କରାଯାଏ।
Follow Us