ବିଶ୍ଵ ଆଦିବାସୀ ଦିବସ ପାଳନ ଉଦ୍ଦେଶ୍ୟରେ ମାଓ ଅଞ୍ଚଳରେ ଲାଗିଲା ମାଓ ବ୍ୟାନର

ବିଶ୍ଵ ଆଦିବାସୀ ଦିବସ ପାଳନ ଉଦ୍ଦେଶ୍ୟରେ ମାଓ ଅଞ୍ଚଳରେ ଲାଗିଲା ମାଓ ବ୍ୟାନର

Sambad

ରାଇଘର: ଆଜି ବିଶ୍ବ ଆଦିବାସୀ ଦିବସ। ଏହି ଦିବସକୁ ମହା ଆଡମ୍ବରରେ ପାଳନ କରିବା ଉଦ୍ଦେଶ୍ୟରେ ମାଓ ସଙ୍ଗଠନ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଗ୍ରାମ ମନିସାପାରା ଓ ମିରିଝିରି ଅଞ୍ଚଳରେ ଥିବା ମକା ଜମି କଡ଼ରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ରାଇଘର ବ୍ଲକ ଏକ ଆଦିବାସୀ ଅଧୁଷିତ୍ୟ ଅଞ୍ଚଳ ହୋଇ ଥିବାରୁ ଏହି ସମ୍ପ୍ରଦାୟର କିଛି ଲୋକେ ଆଜିର ବିଶ୍ବ ଆଦିବାସୀ ଦିବସକୁ ମହା ଆଡମ୍ବରରେ ପାଳନ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସୀମାନ୍ତ ଅଞ୍ଚଳରେ ଅଶିକ୍ଷିତ ତଥା ସଚେତନତାର ଅଭାବ ଯୋଗୁଁ ସେଠାକାର ଆଦିବାସୀ ଲୋକେ ଏହି ଦିବସ ବିଷୟରେ ସମ୍ପୁର୍ଣ୍ଣ ଭାବେ ଅଜ୍ଞ ରହିଛନ୍ତି।

ଏଥିସହିତ ଏ ସବୁ ଅଞ୍ଚଳରେ ସରକାରଙ୍କ ଯୋଜନା ଗୁଡିକ ସଠିକ ଭାବେ ପହଞ୍ଚି ପାରୁ ନଥିବା ବେଳେ ପ୍ରଶାସନ ପକ୍ଷରୁ ବହୁ କଷ୍ଟ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ଏବଂ ଅଗଷ୍ଟ ନଅ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ମହା ଆଡମ୍ବରରେ ପାଳନ କରିବା ଉଦ୍ଦେଶ୍ୟରେ ଆଜି ମାଓ ବ୍ୟାନର ମରା ଯାଇଛି। ଉକ୍ତ ବ୍ୟାନର ଗୁଡ଼ିକରେ ସମସ୍ତ ଆଦିବାସୀ ଭାଇ ଓ ଭଉଣୀ ମାନେ ଏହି ଦିବସକୁ ଆଡମ୍ବର ସହ ପାଳନ କରନ୍ତୁ ବୋଲି ଉଲ୍ଲେଖ ରହିଛି। ଏଥିସହିତ ଜଳ, ଜଙ୍ଗଲ ଓ ଜମିକୁ ନେଇ ନିଜର ଅସ୍ତିତ୍ବକୁ ବଜାଇ ରଖିବା ସହିତ ଘରେ ଘରେ ସମସ୍ତେ ସାଂସ୍କୃତିକ ପର୍ବ ପାଳନ କରି ଖୁସିର ଲହରୀ ବାଣ୍ଟନ୍ତୁ ବୋଲି ଉକ୍ତ ବ୍ୟାନର ଗୁଡ଼ିକରେ ଉଲ୍ଲେଖ ରହିଛି। ଏହି ବ୍ୟାନର ଛତିଶଗଡ଼ ଉଦନ୍ତୀ ଏରିଆ କମିଟି ତଥା ଭାରତୀୟ କମ୍ୟୁନିଷ୍ଟ ମାଓ ବାଦୀ ପାର୍ଟି ତରଫରୁ ମରା ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe