Sambad
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ସୀମାନ୍ତ ଛତିଶଗଡ ଏବଂ ତେଲେଙ୍ଗାନା ସୀମାରେ ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି। ତେଲେଙ୍ଗାନାର ଭଦ୍ରାଦୀ କତାଗୁଡୁମ ଜିଲ୍ଲାର ତିପ୍ପାପୁରମ ଅଞ୍ଚଳରେ ବନ ବିଭାଗ ତରଫରୁ ଚାଲିଥିବା କାମରେ ନକ୍ସଲ ଗତକାଲି ରାତିରେ ପହଞ୍ଚିଥିଲେ। କାମରେ ନିୟୋଜିତ ଥିବା ଗାଡି ଗୁଡିକକୁ ନିଆଁ ଲଗାଇ ପୋଡିଦେବା ସହ କାମରେ ନିୟୋଜିତ ଥିବା ଲୋକଙ୍କୁ ତୁରନ୍ତ କାମ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ।
Sambadଏହି କାମକୁ ନକ୍ସଲ ପୂର୍ବରୁ ମଧ୍ୟ ବିରୋଧ କରି ଆସୁଥିଲେ। ତେବେ ନକ୍ସଲ ଗତ କିଛିଦିନ ହେଲା ହିଂସାତ୍ମକ ହୋଇ ପଡିଛନ୍ତି। ନୀରିହ ଲୋକଙ୍କୁ ହତ୍ୟା କରିବା ସହ ଗାଡି ଗୁଡିକ ନିଆଁ ଲଗାଇ ପୋଡି ଦେଉଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
Follow Us