ଗୁରୁପ୍ରିୟା ସେତୁକୁ ନଷ୍ଟ କରିବା ପାଇଁ ଯୋଜନା କରୁଛନ୍ତି ମାଓବାଦୀ! ହାଇ ଅଲର୍ଟ ଜାରି

Advertisment
ଗୁରୁପ୍ରିୟା ସେତୁକୁ ନଷ୍ଟ କରିବା ପାଇଁ ଯୋଜନା କରୁଛନ୍ତି ମାଓବାଦୀ! ହାଇ ଅଲର୍ଟ ଜାରି

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଉଛି। ତେବେ ଏହି ନିର୍ମାଣଧିନ ଗୁରୁପ୍ରିୟା ସେତୁକୁ ନଷ୍ଟ କରିବା ପାଇଁ ମାଓବାଦୀଙ୍କ ଟାର୍ଗେଟରେ ରହିଛି । ଏବଂ ଏବେ ଗୁରୁପ୍ରିୟା ସେତୁ ଅଞ୍ଚଳରେ ମାଓବାଦୀମାନେଙ୍କ ଚଳପ୍ରଚଳ କରୁଥିବା ଟିକିନିଖି କାର୍ଯ୍ୟ ଉପରେ ନଜର ରଖୁଥିବା ନେଇ ଗୁଇନ୍ଦାବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳରେ ହାଇ ଅଲର୍ଟ ଜାରି ହୋଇଛି। ଏଥିସହ ଯବାନମାନେ ଗୁରୁପ୍ରିୟା ସେତୁ ଅଞ୍ଚଳରେ ୨୪ ଘଣ୍ଟିଆ କମ୍ବିଂ ଅପରେସନ ଆରମ୍ଭ କରି ଦେଇଛନ୍ତି। ଏବେ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଏହି ସେତୁ ନିର୍ମାଣ ହେଲେ ବିଚ୍ଛିନ୍ନାଞ୍ଚଳ ଯୋଡ଼ି ହୋଇଯିବ ସେନେଇ ମାଓବାଦୀମାନେ ସେତୁକୁ ନଷ୍ଟ କରିବା ସହିତ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିବା ଗୁଲନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପରେ ସେତୁକୁ କିପରି ମାଓବାଦୀଙ୍କ ଆକ୍ରମଣରୁ ରକ୍ଷା କରାଯାଇ ପାରିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe