ପୁଲିସ ଇନଫର୍ମର ଦର୍ଶାଇ ଜଣକୁ ହତ୍ୟା କଲେ ନକ୍ସଲ

ପୁଲିସ ଇନଫର୍ମର ଦର୍ଶାଇ ଜଣକୁ ହତ୍ୟା କଲେ ନକ୍ସଲ

Sambad

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ନିଜର ପତିଆରା ଦେଖାଇବାକୁ ଯାଇ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣା ଅନୁଯାୟୀ କୋଇଲାଗୁଡା ଅଞ୍ଚଳରେ ଜଣେ ଗ୍ରାମବାସୀକୁ ନକ୍ସଲ ଗତକାଲି ରାତିରେ ହତ୍ୟା କରିଛନ୍ତି। ମୃତକ ଦୁଧି ଗଙ୍ଗା ନିଜର ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା। ଏନେଇ ନକ୍ସଲଙ୍କ ଖବର ମିଳିଥିଲା। ପୂର୍ବରୁ ଦୁଧୀ ଗଙ୍ଗା ପୁଲିସ ଇନଫରମର ଭାବେ କାମ କରୁଥିବା ନେଇ ନକ୍ସଲ ତାକୁ ତାଗିଦ କରଥିଲେ। ଏଣୁ ଦୁଧୀ ଗଙ୍ଗା କୋୟଲାବାଡି ଗ୍ରାମ ଛାଡି ତେଲେଙ୍ଗାନାକୁ ଚାଲିଯାଇଥିଲା।ତେବେ ପ୍ରାୟ ଏକ ବର୍ଷପରେ ସବୁ ଥଣ୍ଡା ହୋଇଯାଇଥିବା ଭାବି ନିଜ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା।

publive-image Sambad

ତେବେ ଏନେଇ ମିଲିସିଆ ମାନେ ନକ୍ସଲଙ୍କୁ ଖବର ଦେଇଥିଲେ। ଯାହାଫଳେ ଗତକାଲି ବିଳମ୍ବିତ ରାତିରେ ନକ୍ସଲ ଗ୍ରାମରେ ପହଞ୍ଚି ତାକୁ ଘରୁ ଡାକି ନେଇ ନିକଟସ୍ଥ ଜଂଗଲରେ ନିର୍ଦ୍ଧୁମ ପିଟିବା ପରେ ହତ୍ୟା କରି ଫୋପାଡି ଦେଇଛନ୍ତି। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ପରେ ତଦନ୍ତ କରୁଥିବା ଜଣାପଡିଛି। ସୁକମା ଏସପି ସୁନୀଲ ଶର୍ମା ଏନେଇ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe