ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

Advertisment
ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

The Indian Express

ମାଲକାନଗିରି: ଏପ୍ରିଲ ୨୬ରେ ମାଓବାଦୀମାନେ ଭାରତ ବନ୍ଦ ନେଇ ଡାକରା ଦେଇଛନ୍ତି। ସିପିଆଇ-ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟି କହିଛି। ଛତିଶଗଡରେ ପ୍ରହାର -୩ ଆରମ୍ଭ ହୋଇଯାଇଥିବା ବେଳେ ମାଓବାଦୀ ବିପ୍ଳବୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀଙ୍କୁ ଗିରଫ କରିବା ବିରୋଧରେ ଦେଶବ୍ୟାପୀ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି।

ଆନ୍ଧ୍ର ଓଡିଶା ବଡର ଡିଭିଜନର ମୁଖପାତ୍ର କୈଳାସମ ବୁଧବାର ପଠାଇଥିବା ବିବୃତ୍ତିରେ ଦୁଃଖ ପ୍ରକାଶ କରି କହିଛି ଯେ, କେନ୍ଦ୍ରରେ ବିଜେପି, ଆନ୍ଧ୍ରରେ ଜଗନ୍ ଏବଂ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ମାଓବାଦୀ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଲକ୍ଷ୍ୟରେ ସାରା ଦେଶରେ ଚାଲିଥିବା ବିପ୍ଳବ ଉପରେ ଆକ୍ରମଣ ଜାରି ରଖିଛନ୍ତି। ନିକଟରେ ବିଛିନ୍ନ ଅଞ୍ଚଳରେ ତୋଟାଗୁଡା, ପଣସପୁଟ, ସନ୍ ବେଡା, ମୁଦିଲାପଡା ଏବଂ ଖାଟୁଗୁଡାଠାରେ ପୁଲିସ କ୍ୟାମ୍ପ ସ୍ଥାପନ କରିଛି ଏବଂ ଆଉ କିଛି ଶିବିର ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହି ସମୟରେ, ତୋଟାଗୁଡା ଏବଂ ସେଲାରାମରେ ଗୁଳି ବିନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ମୁଦୁଲିଗୁଡାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗିରଫ ଓ ଜେଲରେ ବନ୍ଦୀ ଥିବା କେତେକ ଗ୍ରାମବାସୀ କହିଛନ୍ତି ଯେ ପୁଲିସ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି। କୁମ୍ବିଙ୍ଗ କରିବା ବାହାନାରେ ପୁଲିସ ଆଦିବାସୀମାନଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଛି। ଯାହାଫଳରେ ସେମାନେ ଜଙ୍ଗଲ ଜାଳେଣି କାଠ ଆଣିବା ପାଇଁ ଜଂଗଲ ଭିତରକୁ ଯାଇ ପାରୁ ନାହାନ୍ତି। ତେଣୁ ଏହି ବନ୍ଦକୁ ସଫଳ କରିବାକୁ କୈଳାସମ୍ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe