ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ର ବିଚ୍ଛିନ୍ନାଞ୍ଚଳ ଦେଇ ଯାଇଥିବା ଏସାର କମ୍ପାନିର ପାଇପକୁ ମାଓମାଦୀମାନେ ବିେଓ୍ଫାରଣରେ ଉଡ଼ାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ସୁକମାରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଏସାର କମ୍ପାନିର ଲୁହାପଥର ପରିବହନ ପାଇଁ ପାଇପ ବିଛାଯାଇଛି। ତେବେ ଗତକାଲି ରାତିରେ ମାଓବାଦୀମାନେ ଏହି ପାଇପ ଲାଇନକୁ ଗୁନ୍ଥାବେଡ଼ା ଗ୍ରାମପଞ୍ଚାୟତର ତାତମାନକୁଡ଼ା ଗ୍ରାମ ନିକଟରେ ବିସ୍ଫୋରଣ ଘଟାଇ ୁଡ଼ାଇ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ପ୍ରାୟ ୧ ମାସ ତଳେ ଗତ ସେପ୍ଟମ୍ବର ମାସ ୨୨ ତାରିଖ ଦିନ ମାଓବାଦୀମାନେ ମଧ୍ୟ ଏସାର କମ୍ପାନେିର ପାଇପ ୍ ଲାଇନ୍କୁ କାଟିଦେଇଥିଲେ।
ମାଲକାନଗିରି: ଏସାର କମ୍ପାନି ପାଇପ ଲାଇନ୍ ଉଡ଼ାଇଦେଲେ ମାଓବାଦୀ
Advertisment
Follow Us