ଫୁଲବାଣୀ: ଆଜି ସକାଳେ ମାଓବାଦୀମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କନ୍ଧମାଳ ଓ କଳହାଣ୍ଡିରୁ ଦୁଇଟି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ମୃତ ମୋହନ ହେଉଛନ୍ତି ୨୦୧୬ ମସିହାରେ ଗୁମୁଡୁମାହା ଗୁଳିକାଣ୍ଡ ସମୟରେ ଅଟୋ ଚଳାଉଥିବା ଡ୍ରାଇଭର ଜହନଙ୍କ ବାପା।
ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲ ନିକଟସ୍ଥ ଗୁମୁଡ଼ୁମାହା ନିକଟରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ସମୟରେ ଅଟୋରେ ଯାଉଥିବା ୫ ଜଣ ନିରିହ ଲୋକଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଥିଲେ। ଅନ୍ୟ ୩ ଜଣ ମଧ୍ୟ ଏଥିରେ ଆହତ ହୋଇଥିଲେ। ମୃତାହତମାନେ ଜହନଙ୍କ ଅଟୋରେ ବାଲିଗୁଡ଼ାରୁ ଗୁମୁଡ଼ାମାହା ଯାଉଥିବା ବେଳେ ପୁଲିସ- ମାଓବାଦୀ ଗୁଳ ିମିନିମୟରେ ଫସି ଯାଇଥିଲେ। ଏଥିରେ ଜହନଙ୍କ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଆଜି ମାଓବାଦୀମାନେ ଜହନଙ୍କ ବାପାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଇନ୍ଫରମର ସନ୍ଦେହରେ ସେମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us