ମାଲକାନଗିରି: ପୁଲିସ ଇନଫରମର ସନ୍ଦେହରେ ଯୁବକଙ୍କ ଗଳା କାଟିହତ୍ୟା

Advertisment
ମାଲକାନଗିରି: ପୁଲିସ ଇନଫରମର ସନ୍ଦେହରେ ଯୁବକଙ୍କ ଗଳା କାଟିହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲି ଗାଁରେ ଜଣେ ଯୁବକଙ୍କୁ ମାଓବାଦୀ ମାନେ ଗଳାକାଟି ହତ୍ୟା କରିଛନ୍ତି।  ପୁଲିସ ଇନଫରମର ସନ୍ଦେହରେ ତାଙ୍କୁ ଘରୁ ଜୋର ଜବରଦସ୍ତ ଉଠାଇ ନେଇ ଗଳାକଟି ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇ ମାଓବାଦୀମାନେ ଫେରାର ହୋଇ ଯାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଟେମ୍ରୁପାଲଇ ଗାଁର ଜଗଦୀଶ ସମରଥା(୩୫ ବର୍ଷ)ଙ୍କୁ ମାଓବାଦୀମାନେ ପୁଲିସ ଇନ୍‌ଫରମର ସନ୍ଦେହରେ  ହତ୍ୟା କରିଛନ୍ତି। ଜଗଦୀଶ ଗତ କାଲି ଅପରାହ୍ଣରେ ଘରେ ଥିବା ବେଳେ ମାଓବାଦୀମାନେ ଡାକୁଛନ୍ତି କହି ତାଙ୍କୁ  ୧୫ରୁ ୨୦ ମାଓବାଦୀ ତାଙ୍କ ଘରୁ ଟାଣି ନେଇ ଥିଲେ। ପରେ ଶ୍ରୀ ସମରଥାଙ୍କୁ ଟେମ୍ରୁପାଲି ପଞ୍ଚାୟତ ଅଧୀନ ଦୁର୍ଗମ କଟେପାଲି ଗାଁ ନିକଟରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଅପରାହ୍ଣ ୩ଟା ବେଳେ ମାଓବାଦୀମାନେ ଏପରି କାଣ୍ଡ ଘଟାଇଥିବାରୁ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe