ରାଉରକେଲା ଦାଦାବଟି ନ ଦେବାରୁ ବିଶ୍ରା ଥାନା କାଳିଆପୋଷ ଗାଁରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାଦାରଙ୍କ କ୍ୟାମ୍ପରେ ପଶି ମାଓବାଦୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଜେସିିବି ମେସିନ, ଜେନେରେଟର ଓ ସିମେଣ୍ଟ ଗୋଦାମରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ବିଶ୍ରା ଥାନା ପୁଲିସ ଓ ଝାଡ଼ଖଣ୍ଡରେ ଥିବା ସିଆରପିଏଫ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସୀମାକୁ ଲାଗି ଓଡ଼ିଶାର ବିଶ୍ରା ଥାନା ଅନ୍ତର୍ଗତ କାଳିଆପୋଷ ଗାଁରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଉଛି। ଏହି କାର୍ଯ୍ୟର ଠିକା ନେଇଥିବା ସଂସ୍ଥାକୁ ୩ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ ମାଓବାଦୀ ଛୋଟନାଗର ସବ୍ ଡିଭିଜନ କମିଟି ପକ୍ଷରୁ ଲିଖିତଭାବେ ଦାବି କରାଯାଇଥିଲା ଓ ପରେ ଫୋନ କରାଯାଇଥିଲା। ମାତ୍ର ସମ୍ପୃକ୍ତ ଠିକାଦାର ସଂସ୍ଥା ଏହାକୁ ଗୁରୁତ୍ୱ ନ ଦେବାରୁ ଗତକାଲି ୨୦ରୁ ୩୦ ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ୍ରେ ପଶି ଭଙ୍ଗାରୁଜା କରିଛନ୍ତି।
ରାଉରକେଲା: ଦାଦା ବଟି ନ ଦେବାରୁ ଠିକାଦାର କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ
Advertisment
Follow Us