ଜଗତସିଂହପୁର ପୌରପରିଷଦର ମାରାଥନ୍ ଉଦ୍‌ଘାଟନ

Advertisment
ଜଗତସିଂହପୁର ପୌରପରିଷଦର ମାରାଥନ୍ ଉଦ୍‌ଘାଟନ

Sambad

ଜଗତସିହପୁର ଟାଉନ୍: ସ୍ବାୟତ୍ତ ଶାସନ ଦିବସ ଅବସରରେ ଜଗତସିଂହପୁର ପୌରାଞ୍ଚଳରେ ଆଜି ବେଲପୋଖରୀ ରାସ୍ତା, ଖେରସ-ଆଦିବାସୀ ସାହି ରାସ୍ତା, ଚାଟରା ରାସ୍ତା, କଣ୍ଟାପଡ଼ା ରାସ୍ତା, ଆଖୁନ ସାହି ଢଳେଇ ରାସ୍ତାର ଉଦ୍‌ଘାଟନ କରାଯାଇଛି। ସେହିପରି କାଳିଆବୋରା, ପଣ୍ଡୁଆ ପୋଖରୀ, ଚାଟରା ଅନୁକୁଳ ଚନ୍ଦ୍ର ଆଶ୍ରମ ରାସ୍ତା, ଗାଲୁପଡ଼ାରୁ କଣ୍ଟାପଡ଼ା ରାସ୍ତା, କଣ୍ଟାପଡ଼ା ତ୍ରିପାଠୀ ସାହି, କଣ୍ଟାବଲ୍ଲଭପୁର ଖଣ୍ଡିଆ ବଜାର, ଶାନ୍ତି ଭଉଣୀ ମନ୍ଦିର, ଦେଉଳିଗ୍ରାମେଶ୍ବର ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା, କଣ୍ଟାପଡ଼ା ସ୍ବପ୍ନେଶ୍ବର ମନ୍ଦିର ଉନ୍ନତୀକରଣ ଓ ଗଣେଶ ମନ୍ଦିର ପାଖ ଚଲାପଥକୁ ଉଦ୍‌ଘାଟନ କରାଯାଇଛି। ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ମୁଖ୍ୟ ଅତିଥି ଭାବେ ଏସବୁ ପ୍ରକଳ୍ପର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ରାଜେନ୍ଦ୍ର କୁମାର ବିଶୋୟୀ, ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର କର୍ଣ୍ଣ, ଯନ୍ତ୍ରୀ ବ୍ରଜେନ ଦାଶ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର, ପାରିଷଦ ମିଲି ସେଠୀ, ନମିତା ସାହୁ, ଗୋଲାମ ଅଲ୍ଲୀ ଖାନ୍, କିରଣକାନ୍ତି ଦାସ, ଜଗତାନନ୍ଦ ପଢ଼ିହାରୀ, ଧିରା ଦାଶ, ଦେବାଶିଷ ସ୍ବାଇଁ, ଓମଶ୍ରୀ ସତ୍ୟପ୍ରକାଶ, କ୍ରିନ୍ସପ୍ରିୟା ପରିଜା, ସାଗରିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଆସନ୍ତାକାଲି କୋର୍ଟ ଛକରୁ ୧୦ ନମ୍ବର ପର୍ଯ୍ୟନ୍ତ କେନାଲ ପାର୍ଶ୍ବ ଚଲାପଥ, ବିଭିନ୍ନ ଵାର୍ଡରେ ମିସନ ଶକ୍ତି ଗୃହର ଉଦ୍‌ଘାଟନ ସହ ପୌର ପରିଷଦ ନୂତନ ସଭାଗୃହ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପରେ ସଂସ୍କୃତି ଭବନରେ ସାଧାରଣ ସଭାର ଆୟୋଜନ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟବକ୍ତା ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲାପାଳ ପାରୁଲ ପଟଵାରୀ, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାଶ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe